
ଭଞ୍ଜନଗର (ଜିଲ୍ଲା ଖବର) : ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତରେ ଡୁମାକୁମା କ୍ଳଷ୍ଟର ଅନ୍ତର୍ଗତ 12 ଟି ବିଦ୍ୟାଳୟ ଯଥା ସାର୍ଦ୍ଦୂଳ ଉଚ୍ଚ ବିଦ୍ୟାଳୟ, ସାର୍ଦ୍ଦୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ତିଲିକି ପ୍ରାଥମିକ ବିଦ୍ୟାଳୟ,ନୂଆଁ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ଗୁଡିପଦର ପ୍ରାଥମିକ ବିଦ୍ୟାଳୟ,ଆଖୁପଦର ପ୍ରାଥମିକ ବିଦ୍ୟାଳୟ,ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ହାତୀଗୁଡା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ,ତଥା ଅଭିଭାବକ ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସରପଞ୍ଚ ଶ୍ରୀମତୀ କୁଞ୍ଜଲତା ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସମିତି ସଭ୍ୟ ଶ୍ରୀ ଟୁକୁନା ସାହୁ ,ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ରାଜ କୁମାର ସାହୁ ସମ୍ମାନୀତ ଅତିଥି ରୂପେ ,ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଶ୍ରୀ ଜଗବନ୍ଧୁ ଜେନା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ସାଧନ କର୍ମୀ ଓ ଘୁମୁସର ସଂବାଦ ପତ୍ରିକାର ସଂପାଦକ ଶ୍ରୀ ନେତାଜୀ ବିଷୋୟୀ ଅନ୍ୟତମ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥଲେ ାଅତିଥିଗଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଆମ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହର ଲାଲ୍ ନେହୁର ଙ୍କ ସମ୍ବନ୍ଧୀୟ ନାନା କାହାଣୀ କହିବା ସହ ଆଗାମୀ ଦିନରେ ଜଣେ ଜଣେ ସୁନାଗରିକ ହେବା ପାଇଁ ପ୍ରେରଣା ଦାୟୀ ଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ ା ପରେ ଆରମ୍ଭ ହୋଇଥିଲା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ା ଏହି ଶିଶୁ ଦିବସ ପାଳନ ନିମିତ୍ତ ଆୟୋଜିତ ବିଭନ୍ନ ପ୍ରତିଯୋଗିତା ଯଥା ବତ୍କୃତା,ସୃଜନଶୀଳ ଲିଖନ,ସଂଗୀତ,କୁଇଜ୍,ଉଚ୍ଚ ଡିଆଁ,ମ୍ୟୁଜିକ ଚେୟାର,ଜି.କେ,ଚିତ୍ରାଙ୍କନ, ବାଟି ଚାମଚ,ବେଙ୍ଗ ଡିଆଁ, ଦଳଗତ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ଆଦିରେ ବିଜୟୀ ହୋଇଥିବା 180 ଜଣ ଶିକ୍ଷାର୍ଥୀଙ୍କୁ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ରେ ସାର୍ଟିଫିକେଟ,ମେଡାଲ ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ା ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାସ୍କୃତିକ ଓ ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ଓ ସାର୍ଦ୍ଦୂଳ ରାଧା କୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତୃତାୟ ସ୍ଥାନ ହାସଲ କରି ଟ୍ରଫି ଓ ପୁରସ୍କାର ପାଇଥିଲେ ାଏହି ଅବସରରେ ଡୁମାକୁମ୍ପା କ୍ଳଷ୍ଟରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରି ସୁନାମ ଅର୍ଜନ କରିଥିବା ନୂଆଁପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ କାଳି ଚରଣ ନାଇକ ଙ୍କୁ ଆଦର୍ଶ ଶିକ୍ଷକ ରୂପେ ସରପଞ୍ଚ ଓ ସମିତି ସଭ୍ୟ ପୁରସ୍କୃତ କରିଥିଲେ ା ଏହି କ୍ଳଷ୍ଟର ରୁ ସି.ଆର୍.ସି.ସି ଦାୟିତ୍ବ ସୁଚାରୁରୂପେ ତୁଲାଇ ଶିକ୍ଷକତା କରୁଥିବା ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାସମଲ ଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯିବା ସହ ନୂତନ ରୂପେ ସି.ଆର୍.ସି.ସି ଦାୟିତ୍ବ ଗ୍ରହଣ କରି କାର୍ଯ୍ୟରତ ଶିକ୍ଷକ ଶ୍ରୀ ତ୍ରିନାଥ ବେହେରାଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ା ଏହି କାର୍ଯ୍ୟକ୍ରମ ର ପ୍ରତିଯୋଗିତା ଗୁଡିକରେ ବିଚାର ପତି ରୂପେ ଯୋଗ ଦେଇଥିଲେ ବାଉଁଶ ଲୁଣ୍ଡି ସି.ଆର୍.ସି.ସି ଶ୍ରୀ ସନ୍ତୋଷ କୁମାର ସାହୁ,ବଡକୋଦଣ୍ଡା ସି.ଆର୍.ସି.ସି ଶ୍ରୀ ମୋହନ ସାହୁ,ଗୋଲାପଡା ସି.ଆର୍.ସି.ସି ଶ୍ରୀ ଦେବୀ ପ୍ରସାଦ ଦାଶ,ତୁରୁମୁ ସି.ଆର୍.ସି.ସି ଶ୍ରୀ ମନୋଜ ଗୌଡ, କୁଲାଡ ସି.ଆର୍.ସି.ସି ଶ୍ରୀ ସୁନିଲ କୁମାର ପାଣି, ଜିଲୁଣ୍ଡି ସି.ଆର୍.ସି.ସି ଶ୍ରୀ ରାଘବ ନାୟକ ଓ ଶିକ୍ଷକ ତଥା ଆର୍.ପି ଅବିନାଶ ପଣ୍ଡା ା ବର୍ତ୍ତମାନ ରୱସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଶ୍ରୀ ଶିବ ଶଙ୍କର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ଓ ତଦାରଖ କରିଥିବା ବେଳେ ହାତୀଗୁଡାର ଯୁବ ନେତୃତ୍ବ ଶ୍ରୀ ରଙ୍କନିଧି ସ୍ବାଇଁ, ଡୁମାକୁମ୍ପାର ଲିଟୁ ପ୍ରଧାନ,ସୁବାଷ ପ୍ରଧାନ,ଧରମୁ ପାତ୍ର,ବାବୁ ବେହେରା,ମନୁ ବିଷୋୟୀ,କାଳିଆ ପ୍ରଧାନ, ଜୟନାୟକ,ମଙ୍ଗୁଳୁ ଗୌଡ,କାଳୁ ଚରଣ ସ୍ବାଇଁ,ଦୁର୍ଯ୍ୟୋଧନ ଗୌଡ,ନାଇଟି ସ୍ବାଇଁ,ମହିଳା ମିଶନ୍ ଶକ୍ତି ସଭାନେତ୍ରୀ ଲବଙ୍ଗ ଲତା ବେହେରା,ସୂର୍ଯ୍ୟ ବିଶ୍ବାଳ,ମନୁ ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଟିକିରାମ ସାହୁ, ରଶ୍ମି ପ୍ରଭା ସ୍ବାର,ମାଳତୀ ପଟ୍ଟନାୟକ,ସୁଶ୍ରୀ ଲିଜାରାଣୀ ଗୌଡ,ସୁଶ୍ରୀ ସୁଚିସ୍ମିତା ପାତ୍ର,ଶ୍ରୀ ମହେଶ୍ବର ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ାକ୍ଳଷ୍ଟରର ଅନ୍ୟତମ ଶିକ୍ଷକଗଣ ଯଥା ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ଗୌରହରୀ ପଣ୍ଡା,ପ୍ରସନ୍ନ ଷଡଙ୍ଗୀ,ରଘୁନାଥ ରାଉତ, ସୁରେନ୍ଦ୍ର ନାଥ ଗୌଡ,କାଳି ଚରଣ ନାଇକ,ପ୍ରଦୀପ ସାସମଲ ପ୍ରମୁଖ କାର୍ଯ୍ୟକ୍ରମରେ ବିଭିନ୍ନ ଦାୟିତ୍ବ ନେଇ ସହାୟତା କରିଥିଲେ ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ ସି.ଆର୍.ସି. ସି ତ୍ରିନାଥ ବେହେରା ଓ ପୂର୍ବତନନସି.ଆର୍.ସ.ସି ପ୍ରଦୀପ ସାସମଲ ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନାଏବ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ସୁଦର୍ଶନ ବିଷୋୟୀ ।
ରିପୋର୍ଟର / ରତ୍ନାକର ଶିଅ ।



