
୦୩/୧୦/୨୧ (ଜିଲ୍ଲା ଖବର) : ଆସିଲା ପିପିଲି ଉପନିର୍ବାଚନର ଦ୍ୱିତୀୟ ରାଉଣ୍ଡର ଫଳାଫଳ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାର ୩୧୭ ଭୋଟରେ ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେପି ମଧ୍ୟ ନିଜ ଆଡକୁ ଅନେକ ଭୋଟ ନେଇଚାଲିଛି। ବିଜେଡି ଏବଂ ବିଜେପି ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିଛି। କଂଗ୍ରେସ ଟିକେ ପଛରେ ପଡିଯାଇଛି।
ବିଜେଡିକୁ ୬୬୦୩ ଭୋଟ ମିଳିଥିବାବେଳେ, ବିଜେପିକୁ ୪୧୬୨ଖଣ୍ଡ ଭୋଟ ଏବଂ କଗ୍ରେସକୁ ୮୬୦ ଖଣ୍ଡ ଭୋଟ ମିଳିଛି। ରାଜ୍ୟବାସୀଙ୍କ ନଜର ରହିଛି ପିପିଲି ଉପନିର୍ବାଚନର ଫଳାଫଳ ଉପରେ। ସେପ୍ଟେମ୍ବର ୩ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା।



