Wednesday, November 11, 2026
Home ଆଞ୍ଚଳିକ ପ୍ୟାରିସ୍ ଟ୍ରିପରେ ଐଶର୍ଯ୍ୟା

ପ୍ୟାରିସ୍ ଟ୍ରିପରେ ଐଶର୍ଯ୍ୟା

6

ନୂଆଦିଲ୍ଲୀ, ୦୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ନିକଟରେ ତାଙ୍କ ସ୍ବାମୀ ଅଭିନେତା ଅଭିଷେକ୍ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଗତ ଦୁଇ ବର୍ଷ ପରେ ଏହା ହେଉଛି ତାଙ୍କର ପ୍ରଥମ ଇଣ୍ଟରନ୍ୟାସନାଲ ଟ୍ରିପ୍ । କରୋନା ମହାମାରୀ କାରଣରୁ ସେ ବାହାରକୁ ନଯାଇ,  ନିଜ ଘରେ ରହିବାକୁ ଠିକ୍ ବୋଲି ଭାବିଥିଲେ । ରିପୋର୍ଟସ୍ ଅନୁଯାୟୀ, ଏବେ ସେ ତାଙ୍କ ପରିବାର ସହ ପ୍ୟାରିସ୍ ଟ୍ରିପରେ ଯାଇଛନ୍ତି । ସେଠାରେ ସେ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ତାଙ୍କର ଲାଟେଷ୍ଟ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏୟାରପୋର୍ଟରେ ବ୍ଲାକ୍ ଡ୍ରେସରେ ଖୁବ୍ ସୁନ୍ଦର ଦେଖା ଯାଉଥିଲେ ଐଶର୍ଯ୍ୟା । ଏହା ସହିତ ଅଭିଷେକ ଏବଂ ଆରାଧ୍ୟା ମଧ୍ୟ କାଜୁଆଲ ଆଉଟଫିଟରେ ନଜର ଆସିଥିଲେ । ଅଭିଷେକଙ୍କ ହାତରେ ପଟି ଲାଗିଥିବା ନଜର ଆସିଥିଲା , କାହିଁକି ନାଁ , ନିକଟରେ ତାଙ୍କ ହାତରେ ଆଘାତ ଲାଗିଥିବା ଖବର ଆସିଥିଲା ।