
ନୂଆଦିଲ୍ଲୀ ,୦୩/୧୦/୨୧ (ଜିଲ୍ଲା ଖବର) : ଆଉ ନାହାଁନ୍ତି ଟେଲି ଧାରାବାହିକ ‘ଯୋଦ୍ଧା ଆକ୍ବର’ରେ ସଲିମା ବେଗମ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବ । ବ୍ରେନ୍ ହାମ୍ରେଜ ଯୋଗୁ ତାଙ୍କର ପରଲୋକ ଘଟିଛି। ତାଙ୍କର କୋ-ଷ୍ଟାର ତଥା ଏହି ଧାରାବାହିକରେ ଲିଡ୍ ରୋଲ୍ରେ ଅଭିନୟ କରିଥିବା ପରିଧି ଶର୍ମା ସାସିଆଲ ମିଡିଆ ମାଧ୍ୟମରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ‘ଯୋଦ୍ଧା ଆକବର’ର ଏକ ଫଟୋ ପୋଷ୍ଟ କରି ସେ ଏହି ଦୁଃଖଦ ଖବର ଦେଇଛନ୍ତି।
ଖବର ଅନୁଯାୟୀ, ମନୀଷା ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା।
ମନୀଷାଙ୍କର ଏକ ପୁତ୍ର ସନ୍ତାନ ଅଛି। ଗତ ଜୁଲାଇରେ ତାକୁ ଏକ ବର୍ଷ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ମନୀଷା ଖୁବ୍ ଖୁସି ଥିଲେ। ସେ ସୋଶାଲ୍ ମିଡିଆରେ ପୁଅର ଫଟୋ ମଧ୍ୟ ପୋଷ୍ଟ୍ କରିଥିଲେ।


