Thursday, November 12, 2026
Home ଆଞ୍ଚଳିକ ଅଭିନୟ କରିବା ଆଗରୁ ରୋଷେୟା ଥିଲେ ପଙ୍କଜ ତ୍ରିପାଠୀ

ଅଭିନୟ କରିବା ଆଗରୁ ରୋଷେୟା ଥିଲେ ପଙ୍କଜ ତ୍ରିପାଠୀ

12

ମୁମ୍ବାଇ, ୦୩/୧୦/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ଟେଲି ଶୋ’ କୌନ୍ ବନେଗା କରୋଡ଼ପତିରେ ଏହି ସପ୍ତାହର ବିଶେଷ ଅଧ୍ୟାୟରେ, ଅଭିନେତା ପଙ୍କଜ ତ୍ରିପାଠୀ ଓ ପ୍ରତୀକ ଗାନ୍ଧୀ ଅତିଥି ହୋଇ ଆସିଥିଲେ । ଏହି ମଞ୍ଚରେ ବିଗ ବିଙ୍କ ସହ ହଟ ସିଟରେ ପଙ୍କଜ ଏବଂ ପ୍ରତୀକ୍ ଉପସ୍ଥିତ ଥିଲେ । ଏହା ସହିତ ଶୋ’ରେ ଜିତିଥିବା ଟଙ୍କାକୁ ଦୁହେଁ ଜନହିତ କାମରେ  ଲଗାଇବାକୁ କହିଛନ୍ତି ।  ନାରୀ ଶିକ୍ଷା ଓ ସେମାନଙ୍କର ସୁରକ୍ଷା କରୁଥିବା ସଂସ୍ଥାକୁ ଏହି ଟଙ୍କା ରାଶି ଦାନ କରିବେ ବୋଲି ଜଣାପଡିଛି ।

କେବଳ ଏତିକି ନୁହେଁ, ଏହା ସହିତ ଏହି ମଞ୍ଚରେ ଦୁଇ ଅଭିନେତା ନିଜ ନିଜ ଜୀବନ ତଥା କ୍ୟାରିୟର ସହ ଯଡିତ ଅନେକ ବ୍ୟକ୍ତିଗତ କଥାର ଖୁଲାସା କରିଛନ୍ତି ।  ତେବେ ପଙ୍କଜ୍ ତାଙ୍କ ବ୍ୟକ୍ତିଗତ କଥାକୁ ନେଇ କହିଥିଲେ ଯେ, ଫିଲ୍ମ ଦୁନିଆଁକୁ ଆସିବା ପୂର୍ବରୁ ସେ ବିହାରର ପାଟନା ସ୍ଥିତ ଏକ ହୋଟେଲରେ ସେ ରୋଷେୟା ଭାବେ କାମ କରୁଥିଲେ । ସେ ହୋଟେଲରେ ନାଇଟ୍ ଡ୍ୟୁଟି କରୁଥିବା ବେଳେ, ଦିନ ସମୟରେ ସେ ଥିଏଟରରେ ରହି ଅଭିନୟର ଅଭ୍ୟାସ କରୁଥିଲେ ।

ଅନ୍ୟପଟେ, ତାଙ୍କ ପତ୍ନୀ ମଧ୍ୟ ଏକ ମଜାଦାର କଥା ସେୟାର କରିଥିଲେ । ସେ କହିଥିଲେ ଯେ, ରୋଷେଇ ସେ ତାଙ୍କ ସ୍ବାମୀଙ୍କ ଠାରୁ ହିଁ ଶିଖିଛନ୍ତି । ସୂଚନା ଅନୁସାରେ, ୱେବ୍ ସିରିଜ୍ ଓ ଓଟିଟି ପ୍ଲାଟ୍ ଫର୍ମରେ ପଙ୍କଜ ବହୁ ପ୍ରସିଦ୍ଧ ଲାଭ କରିଛନ୍ତି । ଏହା ବ୍ୟତୀତ , ଅନେକ ଫିଲ୍ମ ତଥା ୱେବସିରିଜରେ ପଙ୍କଜ ଚମତ୍କାର ଅଭିନୟ କରିଛନ୍ତି ।