
୦୩/୧୦/୨୧ (ଜିଲ୍ଲା ଖବର) : ଆଜି ଆସିବ ଭବାନୀପୁର ଉପନିର୍ବାଚନର ଫଳାଫଳ। ସାରା ଦେଶର ନଜର ରହିଛି । ଆଜି ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା । କିଛି ସମୟ ପରେ ଏଠାରେ ଆରମ୍ଭ ହୋଇଯିବ ଭୋଟ ଗଣତି । ପଶ୍ଚିମବଙ୍ଗର ଏହି ଆସନରେ ଲାଗିଛି ଦିଦିଙ୍କ ସମ୍ମାନ । କାରଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଦିଦିଙ୍କୁ ଭବାନୀପୁର ହାତେଇବାକୁ ପଡ଼ିବ । ସେପଟେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ସହ ମମତାଙ୍କ ହୋଇଛି ଫାଇଟ୍ ।
ଗତ ୩୦ ତାରିଖରେ ଏଠାରେ ମତଦାନ ହୋଇଥିଲା । ଉଭୟ ବିଜେପି ଏବଂ ଟିଏମସି ଭବାନୀପୁର ବିଜୟ ଦାବି କରୁଛନ୍ତି । ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିଯିବ ଏବଂ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ ।
ସୂଚନାଯୋଗ୍ୟ, ଭବାନୀପୁର ସିଟ ମମତା ବାନାର୍ଜୀଙ୍କ ପାରଂପରିକ ସିଟ । ଏଠାରେ ସେ ନିୟମିତ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି । କିନ୍ତୁ ଏଥର ସେ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ହାରି ଯାଇଥିଲେ । ତେଣୁ ଫଳାଫଳ ଆସିବା ପରେ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।


