
ଆସିକା (ଜିଲ୍ଲା ଖବର) : ଆସିକା ବ୍ଳକ ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ଥିବା ମା ସରସ୍ଵତୀ ଶିଶୁମନ୍ଦିର ଠାରେ ଏକ ବର୍ଣ୍ଣାଳୀମୟ ପରିବେଶରେ ପାଳିତ ହୋଇଯାଇଛି ଶିଶୁଦିବସ। ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠାନର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ପ୍ରଶାନ୍ତ କୁମାର ବାଡତ୍ୟା ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପୂର୍ବତନ ବରିଷ୍ଠ ଗୁରୁଜୀ ତଥା ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ୍ ଗଜାନନ ପାଣିଗ୍ରାହୀ ଯୋଗଦେଇ ଏକ ଭାବଵ୍ବିହୋଳ ପରିବେଶ ସୃଷ୍ଟି କରିବା ସହ ଅତି ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ପରେ ଅନୁଷ୍ଠାନର ଅନ୍ୟାନ୍ୟ ଗୁରୁଜୀ ଗୁରୁମା ମାନେ ନିଜର ସାରଗର୍ଭକ ଭାଷଣ ମାଧ୍ୟମରେ ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଅନୁଷ୍ଠାନର ଅଭିଜ୍ଞ ଗୁରୁଜୀ ବଳରାମ ଗୁରୁଜୀ ଉକ୍ତ କାର୍ଯକ୍ରମକୁ ପରିଚାଳନା କରିଥିବାବେଳେ ବେଳେ ରତ୍ନାକର ଗୁରୁଜୀ , କାହ୍ନୁ ଗୁରୁଜୀ, ଶାନ୍ତୁନୁ ଗୁରୁଜୀ, ଗୀତାଞ୍ଜଳି ଗୁରୁମା,ଗଂଗତ୍ରୀ ଗୁରୁମା, ଗାୟତ୍ରୀ ଗୁରୁମା, ସାଗରିକା ଗୁରୁମା, ଲିଜା ଗୁରୁମା ,ବଳରାମ ଗୁରୁଜୀ,ଶଙ୍କର ଗୁରୁଜୀ, ପିଙ୍କି ଗୁରୁମଖ, ମିତାଞ୍ଜଳୀ ଗୁରୁମା, ପ୍ରିୟଙ୍କା ଗୁରୁମା ବନୀତା ଗୁରୁମା, ଯାଜ୍ଞସେନୀ ଗୁରୁମା ପ୍ରମୁଖ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ।ଅନ୍ୟାନ୍ୟ ଗୁରୁଜୀ ଗୁରୁମା ସଭା ପରିଚାଳନାରେ ସାହାଯ୍ୟ କରିଥିଲେ। ତତ୍ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ଶିଶୁ ସୁଲଭ ଜ୍ଞାନରେ ଅତି ସୁନ୍ଦର ଭାଷଣ ଶୁଣାଇଥିଲେ। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୁରୁଜୀ ଗୁରୁମା ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା। ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗୋପାଳ କୃଷ୍ଣ ଦାସ ନିଜର ବକ୍ତବ୍ୟ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟ ସମାପନ କରିଥିଲେ।
ରତ୍ନାକର ଶୀୟ



