
ନୂଆଦିଲ୍ଲୀ, ୦୩/୧୦/୨୧ (ଜିଲ୍ଲା ଖବର) : ଆଉ ଏ ଦୁନିଆଁରେ ନାହାଁନ୍ତି ପାକିସ୍ତାନର କମେଡି କିଙ୍ଗ୍ ଉମର୍ ଶରିଫ୍ । ୬୬ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି, ପାକିସ୍ତାନର ଆର୍ଟସ୍ କାଉନସିଲର୍ ପ୍ରେସିଡେଣ୍ଟ ଶାହ ।
ଖବର ଅନୁଯାୟୀ, ଦୀର୍ଘଦିନ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା । ଏହାପରେ ତାଙ୍କୁ ଜର୍ମାନୀର ଏକ ହସ୍ପିଟାଲରେ ଭର୍ତ୍ତୀ କରା ଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବା ଫଳରେ, ତାଙ୍କୁ ଆମେରିକା ନିଆ ଯାଇଥିଲା । ଏବଂ ସେଠାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
ପ୍ରକାଶ ଥାଉକି, ଉମର ଶରିଫ ୧୪ ବର୍ଷ ବୟସରେ ହିଁ ଷ୍ଟାଣ୍ଡଅପ୍ କମେଡିଆନ୍ ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ୮୦, ୯୦ ଦଶକ ଏବଂ ବର୍ଷ ୨୦୦୦ରେ ବେଶ୍ ନାଁ ଅର୍ଜନ କରିଥିଲେ।


