
୦୩/୧୦/୨୧ (ଜିଲ୍ଲା ଖବର) : ଜିତିବ କିଏ ? କାହାର ହେବ ପିପିଲି ? ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ପିପିଲି ଆସନକୁ ନେଇ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ଭରପୂର ପ୍ରୟାସ କରିଥିବା ବେଳେ ଖୋଲୁଛି ଭୋଟ୍ ପେଡ଼ି । ଆଜି ଆସିବ ଫଳାଫଳ। ପିପିଲିବାସୀ କାହା ମୁଣ୍ଡରେ ବିଜୟ ମୁକୁଟ ବାନ୍ଧିଛନ୍ତି ତାହା ଆଜିର ଫଳାଫଳ କହିବ। ସକଳା ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ଆଜି ଆସିବ ଫଳାଫଳ ।
ସୂଚନାନୁସାରେ, ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଚାଲିଛି । ଏହାପରେ ଇଭିଏମ୍ରେ ପଡ଼ିଥିବା ଭୋଟ୍ ଗଣତି ହେବ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ଏବଂ ବିଜୟ ଭୋଟ୍ ବ୍ୟବଧାନ ଗୁରୁତ୍ୱ ବହନ କରୁଥିବାରୁ ସବୁ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି ।



