
ନୂଆଦିଲ୍ଲୀ,୦୩/୧୦/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ଏବେ ସେଲିବ୍ରେଟିଙ୍କ ପୁରୁଣା ଏବଂ ପିଲାବେଳର ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ନିକଟରେ ଠିକ୍ ସେମିତି ଏକ କଳାଧଳା ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ଲୋକେ ଚିହ୍ନିବା ଏକଦମ୍ ମୁସ୍କିଲ । ଏହା ହେଉଛି ଏକ ଛୋଟପିଲାର ଫଟୋ । ଯିଏକି ରାସ୍ତାରେ ବସିଥିବା ନଜର ଆସୁଛି । କ’ଣ ଆପଣମାନେ ଏହି ଛୋଟ ପିଲାକୁ ଚିହ୍ନି ପାରୁଛନ୍ତି? ଏହି ଛୋଟ ପିଲାଟି ହେଉଛନ୍ତି ଆଜିକା ଡେଟର ବଲିଉଡର ଜଣେ ଆଗଧାଡିର ନାୟକ । ଯିଏକି ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।
ଆଗ୍ୟା ହଁ, ରାସ୍ତାରେ ବସିଥିବା ଏହି ଛୋଟ ପିଲାଟି ଆଉ କେହି ନୁହେଁ ,ବରଂ ୟେ ହେଉଛନ୍ତି ବଲିଉଡର ଆଗ ଧାଡିର ନାୟକ ସାହିଦ୍ କପୁର । ତେବେ ତାଙ୍କର ଏହି ଫଟୋ ଦେଖି କିଛି ଲୋକ ଅନ୍ଦାଜ ଲଗାଉଥିବା ବେଳେ, ଆଉ କିଛି ଲୋକ ଆଦୌ ଚିହ୍ନି ପାରୁ ନାହାଁନ୍ତି ।
ପ୍ରକାଶ ଥାଉକି, ସାହିଦ୍ କପୁର ହେଉଛନ୍ତି ବଲିଉଡର ଜଣେ ଜଣେ ଆଗ ଧାଡି ନାୟକ । ଅନେକ ସୁପରହିଟ ଫିଲ୍ମ ସେ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ମୀରା ରାଜପୁତଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସେ ତାଙ୍କ ଦୁଇ ପିଲାଙ୍କୁ ଖୁବ୍ ଭଲ ପାଆନ୍ତି । ନିଜ କର୍ମବହୁଳ ଜୀବନରୁ ଟିକେ ଫୁରସତ ପାଇଲେ, ନିଜ ପରିବାର ସମୟ ବିତାଇବାକୁ ଖୁବ୍ ଭଲ ପାଆନ୍ତି ସାହିଦ୍ ।


