Sunday, October 11, 2026
Home ଆଞ୍ଚଳିକ ଚାଲିଛି ଗଣତି: ପୋଷ୍ଟାଲ ବାଲଟ୍ ପରେ ଆରମ୍ଭ ହୋଇଛି ଇଭିଏମ୍ ଭୋଟ୍ ଗଣତି

ଚାଲିଛି ଗଣତି: ପୋଷ୍ଟାଲ ବାଲଟ୍ ପରେ ଆରମ୍ଭ ହୋଇଛି ଇଭିଏମ୍ ଭୋଟ୍ ଗଣତି

6

୦୩/୧୦/୨୧ (ଜିଲ୍ଲା ଖବର) : ପିପିଲିରେ ଚାଲିଛି ଭୋଟ ଗଣତି। ଆଉ କିଛି ସମୟର ଅପେକ୍ଷା। ପିପିଲି ପାଇବ ନୂଆ ବିଧାୟକ। ପୋଷ୍ଟାଲ ବାଲଟ୍ ପରେ ଆରମ୍ଭ ହୋଇଛି ଇଭିଏମ୍ ଭୋଟ୍ ଗଣତି । ୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ ଗଣତି ହୋଇଥିବା ବେଳେ ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍ ଗଣତି ଚାଲିଛି । ଏଥିପାଇଁ ୬୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ । ଚଳିତ ନିର୍ବାଚନରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି ।

ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଲୋକଙ୍କୁ ସ୍କ୍ରିନରେ ଜଣାଇ ଦିଆଯିବ । ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ ଗଣତି । 

୩ ଅତିରିକ୍ତ ଏଆରଓ ମଧ୍ୟ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ୩୪୮ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା । ପ୍ରତି ହଲ୍‌ରେ ୭ଟି ଲେଖାଏଁ ଗଣତି ଟେବୁଲ ରହିବ। ପ୍ରତି ଟେବୁଲ ଦାୟିତ୍ବରେ ଜଣେ ଗଣତି ସହକାରୀ (କାଉଣ୍ଡିଂ ଆସିଷ୍ଟାଣ୍ଟ), ଜଣେ ସୁପରଭାଇଜର ଏବଂ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି।