
ନୂଆଦିଲ୍ଲୀ, ୦୩/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବେଶ ଚର୍ଚ୍ଚାରେ ଥିଲେ । ଡ୍ରଗ୍ସ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିବା ପରେ, ଗିରଫ ମଧ୍ୟ ହୋଇଥିଲେ ରିୟା । ଏହାପରେ ଅନେକ ଦିନ ଧରି ଲାଇମଲାଇଟରୁ ମଧ୍ୟ ଦୂରେଇ ରହିଥିଲେ ସେ । ହେଲେ ଏବେ ପୁଣି ସୋସିଆଲ ମିଡିଆରେ ସେ ଆକ୍ଟିଭ୍ ଥିବା ନଜର ଆସୁଛନ୍ତି । ମଝିରେ ମଝିରେ ସେ ତାଙ୍କର ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି ।
ତେବେ ନିକଟରେ ବିଗବସ ୧୫ରେ ଭାଗ ନେବାକୁ ନେଇ ରିୟାଙ୍କ ନାଁ ସାମ୍ନାକୁ ଆସିଛି । କିନ୍ତୁ ଏବେ ରିୟା ଏକ ପୋଷ୍ଟ ସେୟାର କରି, ଏହି ଗୁଜବରେ ପୂର୍ଣ୍ଣଛେଦ ପକାଇଛନ୍ତି ।
ସେ ସ୍ପଷ୍ଟ କରିଛନ୍ତି ଯେ, ସଲମାନ ଖାନଙ୍କ ଶୋ’ରେ ସେ ଅଂଶଗ୍ରହଣ କରିବେ ନାହିଁ। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି- ‘ମୁଁ ଭାବୁଛି ମୋ ବିଷୟରେ ଏଭଳି ଗୁଜବ କରାଯାଉଛି, ଯେ ମୁଁ ଟିଭି ଶୋ’ ବିଗ୍ ବସ୍’ରେ ଭାଗ ନେଉଛି। ଏହା କେବଳ ସ୍ପଷ୍ଟ ଯେ, ଏଥିରେ କୌଣସି ସତ୍ୟତା ନାହିଁ। ମୁଁ ‘ବିଗ୍ ବସ୍’ର ଅଂଶଗ୍ରହଣ କରୁ ନାହିଁ । ‘


