
ମୁମ୍ବାଇ, ୦୩/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିବା ରେଭ ପାର୍ଟିରେ ଚଢାଉ । ଏଥିରେ ପ୍ରାୟ ଆଠ ଜଣଙ୍କ ସମେତ, ବଲିଉଡର ଜଣେ ଜଣାଶୁଣା ଅଭିନେତାଙ୍କ ପୁଅକୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସ୍ପଷ୍ଟ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।
ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୮ ଜଣଙ୍କୁ ଏଥିରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ତେବେ ଅନ୍ୟ ବଲିଉଡ ତାରକାଙ୍କ ପାର୍ଟିରେ ଯୋଗଦେବା ଖବରକୁ ନେଇ, ଏନସିବି ପକ୍ଷରୁ କୁହାଯାଇଛି ।
ଖବର ଅନୁଯାୟୀ, ଜାହାଜରେ ଏହି ପାର୍ଟି ଆରମ୍ଭ ହେବା ସଙ୍ଗେସଙ୍ଗ। ଏନସିବି ର ଟିମ୍ ନିଜର ଅପରେସନ ଆରମ୍ଭ କରିଥିଲା ଏବଂ ହାତାହାତି ସେମାନଙ୍କୁ ଧରିଥିଲା । ଏହା ସହିତ, ଏଥିରେ ଏନସିବି ଚାରି ପ୍ରକାରର ଡ୍ରଗ୍ସ କୋକେନ, ହାଶିଶ, MDMA ଏବଂ ମେଫେଡ୍ରାଇନ୍ ଜବତ କରିଛି । ଧରାପଡିଥିବା ଲୋକଙ୍କୁ ଆଜି ମୁମ୍ବାଇ ଅଣାଯିବ ।



