Thursday, October 15, 2026
Home ଆଞ୍ଚଳିକ ପିପିଲି ଫଳାଫଳ: ପ୍ରଥମ ରାଉଣ୍ଡ ସୁଦ୍ଧା ୧୪୦୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପିପିଲି ଫଳାଫଳ: ପ୍ରଥମ ରାଉଣ୍ଡ ସୁଦ୍ଧା ୧୪୦୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

16

୦୩/୧୦/୨୧ (ଜିଲ୍ଲା ଖବର) : ଚାଲିଛି ପିପିଲି ଉପନିର୍ବାଚନର ଭୋଟ ଗଣତି। କିଏ ଜିତିବ ପିପିଲି ? ତାକୁ ନେଇ ଉତକଣ୍ଠା ଜାରି ରହିଛି। ତେବେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୧୪୦୬ ଭୋଟରେ ବିଜେଡି ଆଗୁଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିକୁ ୪୦୫୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୪୯ ଏବଂ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ ମିଳିଛି । ତେବେ ଆଗୁଆ ରହିଛି ବିଜେଡି। ସବୁଠାରୁ ବଡ କଥା ଏହି ଟ୍ରେଣ୍ଡରେ ବିଜେଡି ଆଗକୁ ବଢ଼ିବ ନା ବିଜେପି ବାଜି ମାରିନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି। 

କଂଗ୍ରେସ ଏବେବି ପଛରେ ରହିଛି । ତେବେ ସସମ୍ତ ଭୋଟ ଗଣତି ସରିବା ପରେ ଜଣାପଡ଼ିବ କିଏ କିତିବ ଆଉ କିଏ ହାରିବ। ପିପିଲିରେ କିଏ ହେବ ନୂଆ ବିଧାୟକ। ସୁରୁଖୁରୁରେ ଚାଲିଛି ଭୋଟ ଗଣତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।