Tuesday, November 17, 2026
Home ଆଞ୍ଚଳିକ ମହିଳମାନଙ୍କ ନିଜର ଦାବି ଉପସ୍ଥାପନ କରିବା ଶକ୍ତି ବୃଦ୍ଧି ପାଇଛି ବାସ୍ତବ ତଥ୍ୟ ସମସ୍ତେ ମହିଳାମାନଙ୍କୁ...

ମହିଳମାନଙ୍କ ନିଜର ଦାବି ଉପସ୍ଥାପନ କରିବା ଶକ୍ତି ବୃଦ୍ଧି ପାଇଛି ବାସ୍ତବ ତଥ୍ୟ ସମସ୍ତେ ମହିଳାମାନଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି |

82

ଗଞ୍ଜାମ,୦୨/୧୦(ଜିଲ୍ଲା ଖବର):ମହିଳା ହିଂସା ରୋକିବା ପାଇଁ ସାକ୍ଷୀ ମାଧ୍ୟମରେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି |
ପୁରୁଷ ଙ୍କ ମାନସିକତା ର ପରିବର୍ତନ ହେଲେ ମହିଳା ହିଂସା ରୋକା ଯାଇପାରିବ |
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାରାଜା କୃଷଚନ୍ଦ୍ର ମେଡିକାଲ କଲେଜ ପରିସର ମଧ୍ୟରେ କାର୍ଯ୍ୟ କରୁଥିବା ୱାନ ଷ୍ଟପ ସେଣ୍ଟର (ସକ୍ଷୀ )ର ତୃତୀୟ ପ୍ରତିଷ୍ଠିତ ହୋଇଯାଇଛି |ମହିଳାଙ୍କ ପ୍ରୀତି ହିଂସା ତଥା ସେମାନଙ୍କ ପ୍ରତି ହୋଇଥିବା ଘରେ ବାହାରେ, କର୍ମ କ୍ଷେତ୍ରରେ ଅସଭ୍ୟ ଆଚରଣ ସୁଧାରି ଆଣିବା ପାଇଁ ଏବଂ ମହିଳା ପ୍ରତି ହିଂସା ଘଟଣାକୁ ନେଇ ଆକ୍ଷେପ ପ୍ରୀତିଆକ୍ଷେପ କରିବା ଅପେକ୍ଷା, ଏଭଳି ହିଂସ୍ର ମାନସିକତା କବଳ ରୁ ଭାରତୀୟ ସମାଜ ମୁକ୍ତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ତରଫରୁ ୱନ ଷ୍ଟପ ସେଣ୍ଟର (ସଖୀ )ପ୍ରତିଷ୍ଠା କରାଯାଇ ମହିଳା ମାନଙ୍କ ପ୍ରତି ହୋଇଥିବା ହିଂସା ସମସ୍ୟା (ଘରୋଇ ହିଂସା, ନିର୍ଯ୍ୟାତନା, ଶୋଷଣ, ଚାଲାଣ, ଯୌନ ନିର୍ଯାତନା ସାଇବର ଅପରାଧ ସମର୍କିତ )ର ସମାଧାନ କରାଯାଇଛି |ଆଇନଗତ ମାମଲାଠାରୁ ଆରମ୍ଭ କରି ଡାକ୍ତରୀ, ଚିକିତ୍ସା, ମାନସତାତ୍ୱକ ଓ ପରାମର୍ଶ ସହାୟତା ଭଳି ବିଷୟ ଗୁଡିକ ଏହି ସଖୀ କେନ୍ଦ୍ରରେ ସମାଧାନ ହୋଇ ଆସୁଅଛି |18 ବର୍ଷରୁ କମ କିଶୋରୀ ବାଳିକା 38ଜଣକୁ,18ରୁ 35 ବର୍ଷ ବୟସର 279 ଜଣକୁ,35ରୁ 60ବର୍ଷ ବୟସ 75 ଜଣକୁ,60ବର୍ଷ ଉର୍ଦ୍ଧ ମହିଳା ପଞ୍ଜୀକୃତ କରିଥିଲେ |ସେମାନଙ୍କ ମଧ୍ୟରୁ ନିଜେ 167ଜଣ ସିଧା ସଳଖ ଭାବେ ସଖୀ କେନ୍ଦ୍ରକୁ ଆସି ସେମାନଙ୍କର ଅସୁବିଧା ପ୍ରକାଶ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଥାନରୁ 60 ଜଣକୁ, ରାଜ୍ୟ ମହିଳା ସହାୟତ କେନ୍ଦ୍ର ତରଫରୁ 18 ଜଣକୁ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ 48 ଜଣକୁ ସୁପାରିଶ କରିଥିଲେ |ସେଠାରେ 413ଜଣ ମହିଳାଙ୍କୁ ମନସ୍ତାତ୍ଵିକ ଓ ପରାମର୍ଶ ଦିଆଯାଇଥିବା ବେଳେ 99 ଜଣକୁ ଆଶ୍ରୟ ଯୋଗାଇ ଦିଆଯାଇଥିବା ବେଳେ,129 ଜଣକୁ ସହାୟତ,30 ଜଣକୁ ଆଇନଗତ ସହାୟତା,35 ଜଣକୁ ଡାକ୍ତରୀ ଚିକିତ୍ସା ସହାୟତା ଓ 38 ଜଣକୁ ପରିବହନ ସହାୟତା ଯୋଗାଇ ଦିଆଯାଇଛି | ମହିଳା ହିଂସା ରୋକିବା ପାଇଁ ସଖୀ ମାଧ୍ୟ୍ୟମରେ ସାରା ଜିଲ୍ଲା ସରକାରୀ ଅଧିକାରୀ ସମେତ ପୋଲିସ, ବିଭିନ୍ନ ଅନୁଷ୍ଠାନ ସହ ତୃଣ ମୂଳ ସ୍ତରରେ ମହିଳା ଓ କିଶୋରୀ ବାଳିକା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି | ଯାହାକି ମହିଳା ମାନେ ନିଜର ଦାବି ଉପସ୍ଥାପନା କରିବା ଶକ୍ତି ବୃଦ୍ଧି ହୋଇ ସେମାନେ ପଞ୍ଜିକୃତ କରିବା ପାଇଁ ଆଗଭର ହୋଇଛନ୍ତି |ଯାହାକି ଦିନକୁ ଦିନ ମହିଳା ମାନଙ୍କ ପ୍ରତି ହୋଇଥିବା ହିଂସା କମିବାରେ ଲାଗିଛି |ଅନେକ ତଥ୍ୟ ପ୍ରକାଶିତ ହୋଇଥିବା ବେଳେ ବାସ୍ତବ ତଥ୍ୟ ପାଇଁ ସବୁ ସ୍ତରରେ ଜନସାଧାରଣ ବୃଦ୍ଧିଜୀବି, ସମାଜ ସେବି ଓ ଆଗ ଧାଡି ର କର୍ମଚାରୀ ମାନେ ଆଗେଇ ଆସିବାର ଅନଶ୍ୟକତା ରହିଛି |
ରିପୋର୍ଟ : କୁନା ମିଶ୍ର