
ଗଞ୍ଜାମ,୦୨/୧୦(ଜିଲ୍ଲା ଖବର):ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଦ୍ଵାରା ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ “ ପ୍ରଭାତ ଫେରି “ କାର୍ଯ୍ୟକ୍ରମ ସକାଳ 8ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ନ୍ୟାୟିକ ଅଧିକାରୀଙ୍କ ସହ panel lawyers/ PLVs/ Bar members ଏବଂ ଅନ୍ୟ ସରକାରୀ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏଥି ସହ ଗଞ୍ଜାମ ବାର conference hallରେ ଘ୦୯.୩୦ ସମୟରେ “PAN AWRARENESS PROGRAMME” ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ଶଶିକାନ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜନାର୍ଦନ ସୁବୁଦ୍ଧି, ପ୍ରେସିଡେନ୍ଟ , ଗଞ୍ଜାମ ବାର ଆସୋଶିୟେଶନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଶ୍ରୀ ମନୋଜ କୁମାର, ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍, ବ୍ରହ୍ମପୁର ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ସଂକ୍ଷେପରେ ଆଲୋକପାତ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ଶଶିକାନ୍ତ ମିଶ୍ର କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଉପରେ ସମ୍ପୂର୍ଣ ଭାବରେ ବର୍ଣନା କରିବା ସହ ସମସ୍ତ ଆଇନଜୀବୀ/ ପିଏଲଭି ଏବଂ ପ୍ଯାନେଲ lawyers ଙ୍କୁ ସଚେତନତା କରାଇଥିଲେ । ଆଇନ ସେବା କିପରି ସମସ୍ତଙ୍କ ନିକଟରେ ସୁବିଧାରେ ପହଞ୍ଚିପାରିବ ଏବଂ ଯୋଗ୍ୟ ହିତାଧିକାରୀ ଉଚ୍ଚିତ ନ୍ୟାୟ ପାଇବାରୁ କିଭଳି ବଞ୍ଚିତ ନହେବେ ସେଥି ପ୍ରତି ଧ୍ୟାନ ଦବାକୁ ସମସ୍ତ ଆଇନଜୀବିଙ୍କୁ ଅବଗତ କରାଇଥିଲେ। ଏଥି ସହ ଦୁଇ ଓକିଲ ଶ୍ରୀ ମୋହନ ସିଂହାରୀ ଏବଂ ଶ୍ରୀ ଦୀପକ ପଟ୍ଟନାୟକ ଆଜି ଦିନର ମହାନିୟତା ଏବଂ ଗାନ୍ଧୀଜୀ ନୂତନ ଭାରତ ଲାଗି ଦେଖିଥିବା ସ୍ଵପ୍ନ ଏବଂ ଲକ୍ଷ୍ୟ ଉପରେ ବର୍ଣନା କରିଥିଲେ । ପରିଶେଷରେ ଶ୍ରୀ ପ୍ରଦୀପ କୁମାର ବେହେରା , ସେକ୍ରେଟାରୀ , ଗଞ୍ଜାମ ବାର ଆସୋଶିୟେଶନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ପ୍ରାଧିକରଣର ଅତିରିକ୍ତ ଦାୟିତ୍ଵରେ ନିର୍ବାହରତ ସଚିବ ତଥା ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍, ବ୍ରହ୍ମପୁର ଶ୍ରୀ ମନୋଜ କୁମାର ଙ୍କ ଦ୍ଵାରା ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।
ରିପୋର୍ଟ : କୁନା ମିଶ୍ର