Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ରେ ଗାନ୍ଧୀ ଜୟନ୍ତୀ ପାଳନ

କନ୍ଧମାଳ ରେ ଗାନ୍ଧୀ ଜୟନ୍ତୀ ପାଳନ

18

କନ୍ଧମାଳ,୦୨/୧)(ଜିଲ୍ଲା ଖବର):ଶନିବାର ସକାଳ 7.15 ମିନଟ ସମୟରେ P W D ଛକଠାରେ ଉପ-ଜିଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତୀ ରେ
ମାଲ୍ୟାର୍ପଣସହ ଧୁପ ଦୀପଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ |ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |
ଆଡ଼ଭୋକେଟ ଶ୍ରୀ କୌଶିକ ସାହୁ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ 152ତମ ଗାନ୍ଧୀ ଜୟନ୍ତୀ ଏବଂ 107ତମ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମହାତ୍ମାଗାନ୍ଧୀ ଉପରେ ଅଭିଭାଷଣ ଦେଇଥିଲେ | ଏଥିରେ ସରକାରି କର୍ମଚାରୀ, NAC କର୍ମଚାରୀ,ସାମ୍ବାଦିକ ଓ କିଛି ଦର୍ଶକ ଉପସ୍ଥିତ ରହି କୋଭିଡ କଟକଣା କୁ ଅନୁପାଳନ କରି ଜୟନ୍ତୀ ସମାପନ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ