
କନ୍ଧମାଳ,୦୨/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସିନ୍ଦ୍ରିଗାଁ ପରିସର ମଧ୍ୟରେ ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏଵଂ କର୍ମଚାରୀମାନଙ୍କ ସହିତ କିଛି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି।ଏହି କାର୍ଯକ୍ରମ ରେ ଚିକିତ୍ସାଳୟ ଏଵଂ ଏହାର ଚତୁର୍ପାର୍ଶ୍ଵକୁ ନିର୍ମଳ କରାଯିବା ସହ ଗ୍ରାମବାସୀ ମାନଙ୍କୁ ସ୍ବଚ୍ଛତା ସମ୍ବନ୍ଧରେ ସଚେତନ କରାଯାଇଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ




