
ବାଲିଗୁଡା,୦୨/୧୦(ଜିଲ୍ଲା ଖବର):ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବାଲିଗୁଡା ଯୁବମୋର୍ଚ୍ଚା ବିଜେପି ସଭାପତି ସୁବାଶିଷ ମିଶ୍ରଙ୍କ ନେତୃତ୍ୱରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବାଲିଗୁଡା ମଣ୍ଡଳ ବିଜେପି ସଭାପତି ଦିବାକର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ମଣ୍ଡଳ ଉପସଭାପତି ମନୋଜ ରଥ, ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପାତ୍ର ନରସିଂହ ବେହେରା, ଅନ୍ତ୍ରର୍ଯ୍ୟାମି ବେହେରାଙ୍କ ସମେତ ଯୁବମୋର୍ଚ୍ଚା ସଦସ୍ୟ ସୁମିତ ପାଢ଼ୀ, ରମ୍ୟଜିତ ପଣ୍ଡା, ଲିକୁ ନାୟକ, ଅମିତ ରେଡ଼ିଙ୍କ ସମେତ ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ







