Sunday, November 15, 2026
Home ଆଞ୍ଚଳିକ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ବାରା ମହାତ୍ମା ଗାନ୍ଧୀଙ୍କର 152 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ...

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ବାରା ମହାତ୍ମା ଗାନ୍ଧୀଙ୍କର 152 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ “ସର୍ବ ଧର୍ମ ପ୍ରାର୍ଥନା” ଏବଂ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ 2.0” ର ସମାପ୍ତ ସମାରୋହ ଆୟୋଜିତ

109

ଜଟଣୀ ,୦୨/୧୦/୨୧(ଜିଲ୍ଲା ଖବର):ମହାତ୍ମା ଗାନ୍ଧୀ ବୀଙ୍କର 152 ତମ ଜନ୍ମ ବାର୍ଷିକୀ ଅବସରରେ ଇଷ୍ଟ କୋଷ୍ଟ ରେଲଗେ ସ୍ପୋର୍ଟସ୍ ଆସୋସିଏସନ୍, ଖୋର୍ଦ୍ଧା ରୋଡ଼, ପୂର୍ବ ତଟ ରେଳବାଇ ଭାରତ ସ୍କାଉ ଆଈ ଗଇଡ଼, ଖୋର୍ଦ୍ଧା ରୋଡ଼ଙ୍କ ସମନ୍ବୟରେ ରେଳ ଷ୍ଟାଡିୟମରେ ଏକ “ସର୍ବ ଧର୍ମ ପ୍ରାର୍ଥନା” କରାଯାଇଥୁଲା । ଲକ୍ଷ୍ୟ ହେଉଛି ଭାରତର ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ସ୍ଥାପନ ନୀତିକୁ ମନେ ରଖୁବା ।

ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍‌) ଶ୍ରୀ ଅଶୋକ କୁମାର, ଅନ୍ୟ ଶାଖା ଅଧିକାରୀଙ୍କ ସହ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସର୍ବ ଧର୍ମ ପ୍ରାର୍ଥନା ରେ ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ ଅଶୋଳ କୁମାର କହିଛନ୍ତି ଯେ ସମସ୍ତେ ଏହି ମହାନ ବ୍ୟକ୍ତିତ୍ବଙ୍କ ଦ୍ବାରା ସ୍ଥାପିତ ନୀତିଗୁଡିକ ଅର୍ଥାତ୍‌ ସତ୍ୟ, ଅହିଂସା, ସର୍ବୋଦୟ ଏବଂ ସତ୍ୟାଗ୍ରହ ଅନୁସରଣ କରିବା ଉଚିତ୍ ଯଥା ଦେଶର ଜଣେ ଦାୟିତ୍ୱ ବ୍ୟକ ନାଗରିକ ହେବା |

ସ୍ବାଧୀନତାର 75 ବର୍ଷ ପୂରଣ ହେବା ଅବସରରେ, “ଆଜାଦୀ ନା ଅମୃତ ମହୋତ୍ସବ” ର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ, କ୍ରୀନ ଅଧିକାରୀ ତଥା ସିନିୟର ନିଭିଜନାଲ କମର୍ସିଆଲ୍ ମନେକର ଖୋର୍ଦ୍ଧା ରୋଡ଼, ଶ୍ରୀ ଅମିତେଶ ଆନନ୍ଦଙ୍କ ମାର୍ଗଦର୍ଶନରେ “ଫିଟ୍ ଇଣ୍ଡିଆ ଫିଡମ୍ ଇନ୍ 2.0″, 13 ଅଗଷ୍ଟ 2021 ରୁ 2 ଅକ୍ଟୋବର 2021 ପର୍ଯ୍ୟନ୍ତ ପାଳନ କରୁଛି। ଏହି ସମୟରେ ମଣ୍ଡଳ ର ସମସ୍ତ ବିଭାଗର କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ ଏବଂ” ଫିଟନେସ୍ ରନ୍ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲକ୍ଷ୍ୟ ହେଉଛି ନିଜକୁ ଫିଟ୍ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆଜି, 2 ଅକ୍ଟୋବର 2021 ଅର୍ଥାତ୍ ଫିଟ୍ ଇଣ୍ଡିଆ ଫିଡମ୍ ର 2.0 ର ଶେଷ ଦିନରେ, ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ୍ ଆସେ ସିଏସନ୍ (ECORSA) ଦ୍ଵାରା, ରେଳ ଷ୍ଟାଡିୟମରୁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ “ମିଟନେସ୍ ଲିଜ୍” ଆୟୋଜନ କରାଯାଇଥିଲା । ଏହି ଫିଟନେସ୍ ରହେ ଶ୍ରୀ ଅଶୋକ କୁମାର, ଏଡିଆରଏମ (ଓପି), ଶାଖା ଅଧିକାରୀ, ସ୍କାର ଆଣ୍ଡ ରାଉତ, କ୍ରୀଡା ବ୍ୟକ୍ତି ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କର୍ମଚାରୀମାନେ ଅଂଶଗ୍ରହଣ କରିଛନ୍ତି। ଉତ୍ସବର ଏକ ଅଂଶ ଭାବରେ ରେଳ ଷ୍ଟଡିୟମରେ, ଇଷ୍ଟରେଷ୍ଟ ରେଜ ସ୍ପୋର୍ଟସ ଆସୋସିଏସନ ଏବଂ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ମଣ୍ଡଳର କ୍ରୀଡ଼ା ସଚିବ ଏମ ଡି.ଚାକିରୁଦ୍ଦିନ ସଂଯୋଜନା କରିଥିଲେ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର