
କନ୍ଧମାଳ,୦୨/୧୦(ଜିଲ୍ଲା ଖବର):ଓଡିଶାର କାଶ୍ମୀର ଦାରିଙ୍ଗବାଡି ଝଲସିବ। ସୁନ୍ଦର ଓ ଉଜ୍ୱଳ ଆଲୋକୀକରଣ ହେବ। ରାସ୍ତାର ଦୁଇ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା ହେବ। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଆଲୋକୀକରଣ କରାଯିବ। ଫଳରେ ଓଡିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏକ ନୂଆରୂପ ପାଇବ। ଦାରିଙ୍ଗବାଡି କେବଳ ନୁହେଁ ଏହାର ଆଖପାଖ ଅଂଚଳ ଏବଂ ସଂପୂର୍ଣ 50 କିଲୋମିଟର ରାସ୍ତା ଏକ ନୁଆ ରୂପ ପାଇବ। ବାଲିଗୁଡା ଠାରୁ ଦାରିଙ୍ଗବାଡି 50 କିଲୋମିଟର ରାସ୍ତା(ଏନଏଚ୍ 59 )ରେ ପଡୁଥିବା ଗାଁ ମାନଙ୍କର ଉଭୟ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ହେବ। ଏ ନେଇ ଏକ ପ୍ରସ୍ତାବକୁ ମଂଜୁରୀ ମିଳିବା ସହିତ 20କୋଟି ଟଙ୍କା ମଂଜୁର ହୋଇଛି lଦାରିଙ୍ଗବାଡିର ପୁରୁଖା ନେତା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଉଦ୍ୟମ ପରେ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଏ ନେଇ ପାଣ୍ଠି ମଂଜୁର କରିଥିବା ଜଣାପଡିଛି। ସେଥିପାଇଁ ସମସ୍ତେ ବିଧାୟକଙ୍କୁ ସାଧୁବାଦ ଜଣାଇବା ସହ ଏନଏଚଏଆଇଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ମଧ୍ୟ ଦେଇ ଯାଇଛି ଗୋପାଳପୁର ରାୟପୁର 59 ନମ୍ବର ଜାତୀୟ ରାଜପଥ। ବର୍ତମାନ ଏହି ରାସ୍ତାକୁ ଅନେକ ସ୍ଥାନରେ ପ୍ରଶସ୍ଥିକରଣ କାମ ମଧ୍ୟ ଜାରିରହିଛି। ଦାରିଙ୍ଗବାଡି ମଧ୍ୟ ଦେଇ ଗଂଜାମ ଜିଲ୍ଲା ସୋରଡା,ଆସ୍କା ଓ ବ୍ରହ୍ମପୁର ଗୋପାଳପୁର ଯାଏଁ ଯାଇଛି ଏହି ଜାତୀୟ ରାଜପଥ। ତେବେ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡିକୁ ପସନ୍ଦ କରିବା ସହିତ ବୁଲି ଆସନ୍ତି। ଏପରିକି ଅନେକ ସମୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଦାରିଙ୍ଗବାଡି ବୁଲି ଆସନ୍ତି। ରାଜ୍ୟ ପର୍ଯ୍ୟଟନର ଫୋକସରେ ରହିଥିବା ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଆୟୋଜନ ସହିତ ଗତ ବର୍ଷ ଟୁରିଜିମ୍ ରିଟ୍ରିଟ୍ ମାଧ୍ୟମରେ ଅଧିକ ପ୍ରୋସାହିତ ଏବଂ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ଆସୁଛନ୍ତି।
ଏପରିକି ଅନେକ ସମୟରେ ଦାରିଙ୍ଗବାଡିର ବିକାଶ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ ହେବ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


