Tuesday, November 17, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁ ପ୍ରେସ କ୍ଲବ ତରଫରୁ ୩୦ ମେଧାବୀ ଛାତ୍ର ଛାତ୍ରୀ ସମ୍ୱୋର୍ଦ୍ଧନା

ହିଞ୍ଜିଳିକାଟୁ ପ୍ରେସ କ୍ଲବ ତରଫରୁ ୩୦ ମେଧାବୀ ଛାତ୍ର ଛାତ୍ରୀ ସମ୍ୱୋର୍ଦ୍ଧନା

27

ହିଞ୍ଜିଳିକାଟୁ,୦୨-୧୦(ଜିଲ୍ଲା ଖବର):ହିଞ୍ଜିଳିକାଟୁ ପ୍ରେସ୍ କ୍ଳବ ତରଫରୁ ଚଳିତ ୧୦ମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୩୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଛି। ପ୍ରେସ୍ କ୍ଳବ ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ରୂପେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଏବଂ ସମ୍ମାନୀତ ଅତିଥି ରୂପେ ପୌରନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ବ୍ଳକ ଶିକ୍ଷା ଅଧିକାରୀ ଏସ.ଗିରିଧର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ହିଞ୍ଜିଳିକାଟୁର ନୃତ୍ୟମ ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ ହୋଇଥିଲା। ନୃତ୍ୟ ଗୁରୁ ଭୁବନେଶ୍ୱର ସେନାପତି, ବର୍ଷୀୟାନ ଦାସକାଠିଆ କଳାକାର ରାଧାଶ୍ୟାମ ସାହୁ ଶର୍ମା ଓ ନୃତ୍ୟମ ଅନୁଷ୍ଠାନର ନିର୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କୁ ‘ମଞ୍ଚର ମଣିଷ’ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ଜଣେ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୭ ଜଣ, କେନ୍ଦ୍ରୀୟ ବିଦ୍ୟାଳୟର ୯ଜଣ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ ଜଣ ଛାତ୍ରଛାତ୍ରୀଙ୍କୁ ପଦକ ସହ ଅଭିନନ୍ଦନିକା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେସ୍ କ୍ଳବର ସାଧାରଣ ସମ୍ପାଦକ ବିନାୟକ ପ୍ରସାଦ ପଟ୍ଟନାୟକ ଓ ସଦସ୍ୟ ରାଜେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ, ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ପ୍ରାକ୍ତନ ମହାବିଦ୍ୟାଳୟ ଅଧକ୍ଷ ଅରବିନ୍ଦ ପଣ୍ଡା, ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର, ସମାଜସେବୀ ଶରତ ଚନ୍ଦ୍ର ସାବତ, ଶିକ୍ଷାବିତ ଲଷ୍ମୀ ନାରାୟଣ ପଟ୍ଟନାୟକ, ଅଧିବକ୍ତା ନିର୍ମଳ ସାହୁ, ବିଜେଡି ନେତା ପବିତ୍ର ମୋହନ ପାଣିଗ୍ରାହୀ, ଶିବରାମ ଗୌଡ଼, ଭୀମସେନ ବେହେରା, ସଞ୍ଜୟ କୁମାର ପଣ୍ଡା, ସୁବାଷ ଚନ୍ଦ୍ର ପୋଲାଇ, କିରଣ ପଟ୍ଟନାୟକ, ସରୋଜ ପଣ୍ଡା, ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା