Thursday, November 12, 2026
Home ଆଞ୍ଚଳିକ ଅନେକ ଥର ନିଜର ରଙ୍ଗ ପାଇଁ ରିଜେକ୍ଟ ହୋଇଥିଲେ ଗୁଲକି ଯୋଶୀ

ଅନେକ ଥର ନିଜର ରଙ୍ଗ ପାଇଁ ରିଜେକ୍ଟ ହୋଇଥିଲେ ଗୁଲକି ଯୋଶୀ

12

ନୂଆଦିଲ୍ଲୀ ,୦୨/୧୦/୨୧ (ଜିଲ୍ଲା ଖବର) : ଗୁଲକି ଯୋଶୀ ଏବେ ଟେଲି ଦୁନିଆର ଏକ ଜଣାଶୁଣା ନାଁ  । ଅଭିନେତ୍ରୀ ଗୁଲକି ଯୋଶୀ ଏବେ ଧାରାବାହିକ’ମାଡାମ ସାର’ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ଏହା ହେଉଛି ଏକ କମେଡି ଶୋ’ । କିନ୍ତୁ ଟେଲି ଦୁନିଆଁରେ ନିଜର ପରିଚୟ ସୃଷ୍ଟି କରିବା, ତାଙ୍କ ପାଇଁ ଏତେ ସହଜ ନଥିଲା । ଅନେକ ଥର ତାଙ୍କୁ ତାଙ୍କର ରଙ୍ଗ ପାଇଁ ଅପମାନ ସହିବାକୁ ପଡିଛି । ଏହାର ଖୁଲାସା ସେ ନିଜେ କରିଛନ୍ତି ।

ଏକ ମିଡିଆ ଚାନେଲ ସହ କଥାବାର୍ତ୍ତା ସମୟରେ ଗୁଲକି ଯୋଶୀ ନିଜ କ୍ୟାରିୟରକୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ ଯେ, ହୁଏତ ଆଜିର ସମୟରେ ତାଙ୍କ କ୍ୟାରିୟର ବହୁତ୍ ଭଲ ଚାଲିଛି । କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ସମୟ ଥିଲା, ଯେତେବେଳେ ତାଙ୍କ ରଙ୍ଗ ପାଇଁ ତାଙ୍କୁ ଅନେକ ଶୋ’ରୁ ବାହାରର ରାସ୍ତା ଦେଖାଇ ଦିଆ ଯାଉଥିଲା ।

ନିଜର ପୁରୁଣା ଦିନକୁ ମନେ ପକାଇ ସେ ଆଗକୁ ଏକଥା ମଧ୍ୟ କହିଥିଲେ ଯେ,’ଏମିତି ଏକ ସମୟ ଥିଲା, ଯେତେବେଳେ ଟିଭି ଶୋ’ ନିର୍ମାତା ସେହି ଅଭିନେତ୍ରୀ ମାନଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ , ଯେଉଁମାନେ ଗୋରା ଥିଲେ । କିନ୍ତୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ, ମୁଁ ଏହାକୁ ମଧ୍ୟ ପାର କରିଦେଲି । କାହିଁକି ନାଁ, ଭଗବାନ ମତେ ପ୍ରତିଭା ଦେଇଛନ୍ତି ।  

କେବଳ ଏତିକି ନୁହେଁ, ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ଅନେକ ଥର ମତେ କୁହାଯାଇଛି ଯେ, ଆପଣ ଏହି ଚରିତ୍ର ପାଇଁ ମେଳ ଖାଉ ନାହାଁନ୍ତି । କିନ୍ତୁ ଆପଣ ଭଲ କଳାକାର ତ ଆପଣଙ୍କୁ ଏହି ଚରିତ୍ର ପାଇଁ କାଷ୍ଟ କରି ନେଉଛୁ । ହେଲେ ସେତେବେଳେ ମୁଁ ବୁଝି ପାରୁ ନଥିଲି ଯେ, ସେମାନେ ମୋର ପ୍ରଶଂସା କରୁଛନ୍ତି ନାଁ ଅପମାନ୍ । କିନ୍ତୁ ଏମିତି ମୋ ସହ ଅନେକ ଥର ହୋଇଛି ।  

ଏମିତି ମଧ୍ୟ ହୋଇଛି ଯେ, ଯେତେବେଳେ ମୁଁ ମୁଖ୍ୟ ଭୂମିକା ପାଇଁ ଅଡିସନ ଦେବାକୁ ଯାଉଥିଲି, ସେତେବେଳେ କାଷ୍ଟିଂ ଡାଇରେକ୍ଟର ମତେ ପଚାରୁଥିଲେ ଯେ, ଆପଣ ଚାକରାଣୀ ଭୂମିକା ପାଇଁ ଆସିଛନ୍ତି ? ଆଉ ଯେତେବେଳେ ମୁଁ ତାଙ୍କୁ ବୁଝାଉଥିଲି ଯେ, ମୁଁ ମୁଖ୍ୟ ଭୂମିକା ପାଇଁ ଆସିଛି ତ, କେହି ମୋ କଥା ଶୁଣୁ ନଥିଲେ । ଏଥିପାଇଁ ମୁଁ କାହାକୁ ଦୋଷ ଦିଏ ନାହିଁ , କାହିଁକି ନାଁ , ଏସବୁ ଜିନିଷ ପ୍ରଥମରୁ ଚାଲି ଆସିଛି ।