
୦୨/୧୦/୨୧ (ଜିଲ୍ଲା ଖବର) : ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଗବେଷଣା ହେବ । ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ଭୀମ ଭୋଇଙ୍କ ଜୀବନୀ । ଏନେଇ ୟୁଜିସିକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଶିକ୍ଷାମନ୍ତ୍ରୀ ରେଢାଖୋଲଠାରେ ଏକ ପଦଯାତ୍ରାରେ ଯୋଗଦେଇଥିଲେ । ଏହି ଅବସରରେୀ ସେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଏହାସହ ପ୍ରଧାନ କହିଛନ୍ତି, “ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଉଚ୍ଚତର ଗବେଷଣା କରାଯିବା ସହ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିବା ତଥା ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ମୁଁ ୟୁଜିସିକୁ ନିର୍ଦ୍ଦେଶ ଦେଇଛି ।
ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତ୍ତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ସନ୍ଥ କବିଙ୍କ ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ଲିପିବଦ୍ଧ ହୋଇ ରହିଛି । ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ହେବ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।”


