
୦୨/୧୦/୨୧ (ଜିଲ୍ଲା ଖବର) : ଜଳ ଜୀବନ ମିଶନର ଆପ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପାଣିର ଗୁଣବତ୍ତା ଯାଞ୍ଚ ପାଇଁ ଇ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଜଲ ଜୀବନ ପ୍ରସଙ୍ଗରେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହାସହ ରାଷ୍ଟ୍ରୀୟ ଜଲ ଜୀବନ କୋଷର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ଗ୍ରାମୀଣ ଘର, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାଧାରଣ ଅନୁଷ୍ଠାନରେ ଟ୍ୟାପ ଜଳ ସଂଯୋଗ ନେଇ ସହଯୋଗ କରି ପାରିବେ କୌଣସି ବ୍ୟକ୍ତିଗତ ଅନୁଷ୍ଠାନ ଓ ନିଗମ । ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ୨୦୧୯ ଅଗଷ୍ଟ ୧୫ ରେ ଜଲ ଜୀବନ ମିଶନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।
ମିଶନ ଆରମ୍ଭ ହେବା ସମୟରେ କେବଳ ୩.୨୩ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ସଂଯୋଗ ଥିଲା । ବର୍ତ୍ତମାନ ୭.୭୨ ଲକ୍ଷ ବିଦ୍ୟାଳୟ ଏବଂ ୭.୪୮ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରରେ ଟ୍ୟାପ ଯୋଗେ ଜଳ ଯୋଗାଣ ହେଉଛି । ୩ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ ସହ ରାଜ୍ୟର ସହଭାଗୀତାରେ ଜଲ ଜୀବନ ମିଶନ କାର୍ଯ୍ୟକାରୀ ହୋଇଛି ।


