Sunday, November 15, 2026
Home ଆଞ୍ଚଳିକ ରଙ୍ଗିଲା ଫିଲ୍ମର ତହ୍ନା ତହ୍ନା ଗୀତରେ ଜ୍ୟାକି ଶ୍ରଫଙ୍କ ଗଞ୍ଜି ପିନ୍ଧିଥିଲେ ଉର୍ମିଳା

ରଙ୍ଗିଲା ଫିଲ୍ମର ତହ୍ନା ତହ୍ନା ଗୀତରେ ଜ୍ୟାକି ଶ୍ରଫଙ୍କ ଗଞ୍ଜି ପିନ୍ଧିଥିଲେ ଉର୍ମିଳା

6

ନୂଆଦିଲ୍ଲୀ , ୦୨/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତଣ୍ଡକର ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଆଜି ବି ଲୋକେ ତାଙ୍କୁ ରଙ୍ଗିଲା ଗାର୍ଲ ଭାବେ ମନେ ରଖିଛନ୍ତି । ତାଙ୍କର ସୁପରହିଟ ଫିଲ୍ମ’ରଙ୍ଗିଲା ‘ରେ ତାଙ୍କ ଅଭିନୟକୁ ଆଜିବି ମନେ ପକାନ୍ତି ଦର୍ଶକ । ତେବେ ନିକଟରେ ଜି କମେଡି ଶୋ’ ମଞ୍ଚରେ ଏହି ଫିଲ୍ମ ସହ ଯଡିତ କିଛି ସିକ୍ରେଟର ଖୁଲାସା କରିଥିଲେ ଉର୍ମିଳା ।

ଏହି ଶୋ’ର ସ୍ପେଷାଲ ଏପିସୋଡରେ ଉର୍ମିଳା କହିଛନ୍ତି ଯେ, ଫିଲ୍ମର ଏକ ଗୀତ ପାଇଁ ସେ ତାଙ୍କର କୋ-ଷ୍ଟାର ଜ୍ୟାକି ଶ୍ରଫଙ୍କ ବାନିୟନ ପିନ୍ଧିଥିଲେ । ସେ କହିଥିଲେ, ‘କାହାକୁ ଜଣା ନାହିଁ କିନ୍ତୁ ମୁଁ ଜ୍ୟାକି ଶ୍ରଫଙ୍କ ଗଞ୍ଜି ରଙ୍ଗିଲା ଫିଲ୍ମର ତହ୍ନା ତହ୍ନା ଗୀତରେ ପିନ୍ଧିଥିଲି । ଏହା ବହୁତ୍ ମଜାଦାର ଥିଲା ‘ । ଯେତେବେଳେ ଆମକୁ ଗୀତର କଷ୍ଟ୍ୟୁମ ବିଷୟରେ କୁହାଯାଉଥିଲା, ସେତେବେଳେ ଜ୍ୟାକି ମତେ ତାଙ୍କ ଗଞ୍ଜି ପିନ୍ଧିବାକୁ କହିଥିଲେ ।

ଏହାପରେ ମତେ ଟିକେ ଡାଉଟ ଥିଲା , କିନ୍ତୁ ତଥାପି ମୁଁ ପିନ୍ଧିଥିଲି ଏବଂ ସବୁକିଛି ସେହି ଉପରବାଲାଙ୍କ ହାତରେ ଛାଡିଦେଲି । କିନ୍ତୁ ସବୁଠାରୁ ଖାସ କଥା ହେଉଛି, ଏଥିପାଇଁ ମତେ ବହୁତ୍ ଭଲ ପାଇବା ମିଳିଥିଲା । ଏବଂ ସବୁକିଛି ଠିକ୍ ହୋଇଥିଲା ।