
ନୂଆଦିଲ୍ଲୀ,୦୨/୧୦/୨୧ (ଜିଲ୍ଲା ଖବର) : ସ୍ବାମୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ଅନେକ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ଏହା ସତ୍ତ୍ବେ ମଧ୍ୟ ସେ ତାଙ୍କର ପରିବାରର ଠିକଭାବେ ଦେଖାଶୁଣା କରିଥିଲେ । ମନରେ ଅଜସ୍ର ସାହାସ ଏବଂ ବିଶ୍ବାସ ବାନ୍ଧି ରଖିଥିଲେ । ଏହା ସହିତ ସେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହି, ନିଜର ମନକଥା ସେୟାର କରୁଥିଲେ । ଆଉ ନିକଟରେ ରାଜଙ୍କୁ ଜାମିନ୍ ମିଳିବା ପରେ ବେଶ ଖୁସି ଅଛନ୍ତି ଶିଳ୍ପା ।
ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏବଂ ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ ଲାଇଫର ବ୍ରାଇଟ୍ ସାଇଡ୍ ମୁଁ ଦେଖୁଛି’ । ଏଥିରେ ସେ ଏକ ହଳଦିଆ ରଙ୍ଗର ଆଉଟଫିଟରେ ନଜର ଆସୁଛନ୍ତି । ଏଥିରେ ସେ ପିନ୍ଧିଥିବା ବ୍ଲାଉଜ୍ , ତାଙ୍କ ଲୁକକୁ ଆହୁରି ଷ୍ଟାଇଲିଷ୍ଟ କରୁଛି । ତାଙ୍କର ଏହି ଫଟୋ ଏବେ , ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।


