ବିଜୁ ଏକ୍ସପ୍ରେସ ୱେରେ ଜଳିଗଲା LPG ଗ୍ୟାସ ବୋଝେଇ ଟ୍ରକ

4

ସୁନ୍ଦରଗଡ଼,୦୨/୧୦/୨୧ (ଜିଲ୍ଲା ଖବର) :  ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେରେ ଜଳିଗଲା ଏଲପିଜି ଗ୍ୟାସ ବୋଝେଇ ଟ୍ରକ । ଝାରସୁଗୁଡାରୁ ରାଉରକେଲାକୁ ଯାଉଥିବା ଏଲପିଜି ଗ୍ୟାସ ବୋଝେଇ ଟ୍ରକରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଛି ।

ନିଆଁ ଲାଗିବା ଯୋଗୁଁ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିବା ବେଳେ ଟ୍ରକର ଡାଲା କିନ୍ତୁ ସୁରକ୍ଷିତ ରହିଛି । ସଠିକ ସମୟରେ ଖବର ପାଇ ବଡ଼ଗାଁ ଓ ସୁନ୍ଦରଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ଫଳରେ ଏକ ବଡ଼ ବିପଦ ଟଳି ଯାଇଛି ।