
୦୨/୧୦/୨୧ (ଜିଲ୍ଲା ଖବର) : କରୋନା ବିରୋଧରେ କୋଭିସିଲ୍ଡ ଟିକା ନେଇଥିବା ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ଟିକା କୋଭିସିଲ୍ଡ କୁ ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ କୋଭିସିଲ୍ଡ କୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ‘ସ୍ୱୀକୃତିପ୍ରାପ୍ତ ଟିକା’ ଭାବରେ ଘୋଷଣା କରିଛି।
ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ ଟିକା କୋଭିସିଲ୍ଡ ସପ୍ଲିମେଣ୍ଟ ଯେଉଁମାନେ ନେଇଛନ୍ତି ସେମାନେ ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ । ତେବେ ସେଠାରେ ଉଚ୍ଚ ଶିକ୍ଷା ପାଇଁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବହୁଶ୍ରୀଘ୍ର ଅନୁମତି ମିଳିବ ବୋଲି ଅଷ୍ଟ୍ରଲିଆ ସରକାରଙ୍କ ଠାରୁ ପ୍ରକାଶ ପାଇଛି ।



