Home ଅପରାଧ କିରାଣୀ ଦୋକାନରୁ ବିପୁଳ ପରିମାଣର କଫସିରଫ ଜବତ

କିରାଣୀ ଦୋକାନରୁ ବିପୁଳ ପରିମାଣର କଫସିରଫ ଜବତ

8

ବଲାଙ୍ଗୀର, ୦୨/୧୦/୨୧ (ଜିଲ୍ଲା ଖବର) :  ବଲାଙ୍ଗୀର  ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (କ)ର ଏକ କିରାଣୀ ଦୋକାନରୁ ବିପୁଳ ପରିମାଣରେ କଫସିରଫ ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏବଂ ବଲାଙ୍ଗୀର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢାଉ କରି ୨୫୦ ବୋତଲ କଫ ସିରଫ ଜବତ କରିଛି । ଏଥିସହିତ ବେଆଇନ ଭାବେ କଫ ସିରଫ ରଖିବା ନେଇ ଗ୍ରାମର ଦିନେଶ ଅଗ୍ରୱାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।