Sunday, November 15, 2026
Home ଆଞ୍ଚଳିକ ଏବେ ଶ୍ୱେତାଙ୍କ ପାଖରେ ରହିବେ ପୁଅ ରେୟାଂଶ

ଏବେ ଶ୍ୱେତାଙ୍କ ପାଖରେ ରହିବେ ପୁଅ ରେୟାଂଶ

8

ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ପୁଅର କଷ୍ଟଡି ପାଇବା ପରେ ବହୁତ୍ ଖୁସି ଅଛନ୍ତି ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ। ନିକଟରେ ବମ୍ବେ ହାଇକୋର୍ଟ ଶ୍ୱେତାଙ୍କୁ ପୁଅ ରେୟାଂଶଙ୍କ କଷ୍ଟଡି ଦେଇଛନ୍ତି। ଏହାକୁ ନେଇ ଦୀର୍ଘ ସମୟ ଧରି ଶ୍ବେତା ତିଓ୍ବାରୀ ଏବଂ ତାଙ୍କ ସ୍ବାମୀ  ଅଭିନବ କୋହଲିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କିନ୍ତୁ ବର୍ତ୍ତମାନ ଶ୍ବେତାଙ୍କୁ ମିଳିଛି ଆଶ୍ବସ୍ତି ।

ସୂଚନା ଅନୁଯାୟୀ,ଶ୍ବେତା, ପୁଅକୁ ଅଭିନବଙ୍କ ଠାରୁ ଦୂରେଇ ରଖିଥିବା ଅଭିଯୋଗ କରିଥିଲେ ଅଭିନଭ । ହେଲେ ଏହି ଆବେଦନକୁ ପ୍ରତ୍ୟାଖାନ କରି କୋର୍ଟ ଶ୍ବେତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତିଦିନ ଭିଡିଓ କଲରେ ପୁଅ ସହ ୩୦ ମିନିଟ କଥା ହୋଇପାରିବେ ଅଭିନବ । ଏବଂ ସପ୍ତାହରେ ଦୁଇ ଥର, ଦୁଇ ଘଂଟା ପାଇଁ ଶ୍ବେତାଙ୍କ ବିଲ୍ଡିଂ ପାଖରେ  ପୁଅକୁ ଭେଟ୍ଟି ପାରିବେ ଅଭିନବ ।

ତେବେ ଏହି ନିଷ୍ପତିକୁ ନେଇ ଶ୍ବେତା କହିଛନ୍ତି ଯେ, ‘ ଏହି ନିଷ୍ପତିରେ ମୁଁ ସନ୍ତୁଷ୍ଟ । ଗତ ଦୁଇ ବର୍ଷରେ ମୁଁ ଯେଉଁଆଡ଼େ ଗଲି ଅଭିନବ ମୋତେ ଫଲୋ କରୁଥିଲେ। ରେୟାଂଶ ସହ ଶୋ ପାଇଁ ଯେଉଁଆଡେ ଯାଉଥିଲେ, ଅଭିନବ ସେଠାରେ ପହଞ୍ଚି ହଙ୍ଗାମା କରୁଥିଲେ। ଯାହା ମୋ ପାଇଁ ଏବଂ ମୋ ଶିଶୁ ପାଇଁ ମାନସିକ ସ୍ତରରେ କ୍ଲାନ୍ତ ଥିଲା। ମୁଁ ତାଙ୍କୁ ସବୁବେଳେ ରେୟାଂଶକୁ ଭେଟିବାର ଅଧିକାର ଦେଇଥିଲି। କିନ୍ତୁ ସେ ମୋତେ ଖରାପ ମା କରିବାକୁ ଚେଷ୍ଟା କରୁଥିଲେ