
ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅର୍ଜୁନ୍ କପୁର ଏବେ ତାଙ୍କର ଅଭିନୟ ସହିତ , ତାଙ୍କର ଫିଟନେସ ପ୍ରତି ବେଶ ଗୁରୁତ୍ବ ଦେଉଛନ୍ତି । ଘଂଟା ଘଂଟା ଧରି କଠିନ ପରିଶ୍ରମ କରି, ନିଜର ବଡି ଏବଂ ମସଲ୍ସ ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲାଟେଷ୍ଟ ଫଟୋରେ ଟ୍ରେଡମିଲ୍ ରେ ଦୌଡୁଥିବା ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ ଟ୍ରେଡମିଲରେ ଦୌଡିବା ସମୟରେ ସାର୍ଟଲେସ ଫଟୋ ସେୟାର କରିଛନ୍ତି । ଏଥିରେ ତାଙ୍କ ବଡି ଟ୍ରାନ୍ସଫର୍ମେସନ ଦେଖିବାକୁ ମିଳୁଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ଓ୍ବିକେଣ୍ଡ ପ୍ଲାନ୍? ମେହେନତ୍ ମେହେନତ୍ ଔର ମେହେନତ୍…. ମେହେନତ୍ କା ଫଲ୍ ସବକୋ ଦିଖାନା ବନତା ହେ’ । ତେବେ ତାଙ୍କର ଏହି ଫଟୋ ଦେଖିବା ପରେ, ତାଙ୍କ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ଏହାକୁ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।


