
ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ, ‘ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ’ ହିସାବରେ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଦ୍ୱାରା, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ‘ଗ୍ଲୋବାଲ୍ ଆଚିଭର୍ସ ଆୱାର୍ଡ ୨୦୨୧’ କୁ ଜିତିଛନ୍ତି। ଏହି ତାଲିକାରେ ବାରାକ ଓବାମା, ଜେଫ୍ ବେଜୋସ୍, କ୍ରିଷ୍ଟିଆନୋ ରୋନାଲଡୋ ଆଦି ବିଶ୍ୱର ଅନ୍ୟାନ୍ୟ ଲୋକପ୍ରିୟ ନାଁ ଅନ୍ତର୍ଭୁକ୍ତ। ଗ୍ଲୋବାଲ୍ ଆୱାର୍ଡସ୍ ୨୦୨୧ କୁ ଚଳିତ ବର୍ଷ ୩୦୦୦ ରୁ ଅଧିକ ନାମାଙ୍କନ ଗ୍ରହଣ କରିଛି।
ଏହି ପୁରସ୍କାର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ କେବଳ ଦୀପିକାଙ୍କ ନାଁ ମନୋନୀତ କରାଯାଇଥିଲା। ସେ ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି। ଭାରତର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜଣାଶୁଣା ଦୀପିକା ପାଦୁକୋନ, ନିଜର କଠିନ ପରିଶ୍ରମ ବଳରେ ସଫଳତାର ସହିତ ନିଜର ନାମ ଅର୍ଜନ କରିଛନ୍ତି।


