Friday, November 13, 2026
Home ଆଞ୍ଚଳିକ ରାଜ୍ୟରେ ଆଉ 478 ପଜିଟିଭ ଚିହ୍ନଟ, 7 ଜୀବନ ନେଲା କରୋନା

ରାଜ୍ୟରେ ଆଉ 478 ପଜିଟିଭ ଚିହ୍ନଟ, 7 ଜୀବନ ନେଲା କରୋନା

6

ଭୁବନେଶ୍ୱର,୦୨/୧୦/୨୧ (ଜିଲ୍ଲା ଖବର) :  ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟ ୪୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେଥିରୁ ୧୮ ବର୍ଷ ଭିତରେ ୫୭ ଜଣ ପିଲା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୮୧ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୯୭ ।

ସେହିପରି ଅନୁଗୁଳରୁ ୭, ବାଲେଶ୍ବରରୁ ୨୫, ଭଦ୍ରକରୁ ୪, କଟକରୁ ୫୭, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨୯, ଯାଜପୁରରୁ ୧୬, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୧, କେନ୍ଦ୍ରପଡାରୁ ୩, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୧୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୩,ନୟାଗଡରୁ ୨, ପୁରୀରୁ ୧୪, ସମ୍ବଲପୁରରୁ୧୨, ସୋନପୁରରୁ ୧, ସୁନ୍ଦରଗଡରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି 7 ଜୀବନ ନେଇଛି କରୋନା । ଭୁବନେଶ୍ୱରରୁ 2, ଜଗତସିଂହପୁରରୁ ଜଣେ, ଯାଜପୁରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ସୁନ୍ଦରଗଡରୁ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।