Sunday, November 15, 2026
Home ଆଞ୍ଚଳିକ ଗାର୍ଡଙ୍କୁ ଅଣଦେଖା କରି ଟ୍ରୋଲ ହେଲେ କରୀନା

ଗାର୍ଡଙ୍କୁ ଅଣଦେଖା କରି ଟ୍ରୋଲ ହେଲେ କରୀନା

19

ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କରୀନା କପୁର ସବୁବେଳେ କିଛି ନାଁ କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ କରୀନା । ତେବେ ନିକଟରେ କରୀନା ତାଙ୍କ ଘରୁ ବାହାରି, ହାତରେ କଫି ମଗ୍ ଧରି ଗାଡିରେ ବସିଥିବା ନଜର ଆସିଥିଲେ । ସେ ସମୟରେ ଯେତେବେଳେ ଗାର୍ଡ ତାଙ୍କୁ ସାଲ୍ୟୁଟ ମାରିଥିଲେ, ସେତେବେଳେ କରୀନା ତାଙ୍କୁ ଇଗନୋର୍ କରିଥିଲେ । ତେବେ ତାଙ୍କର ଏହି ଭିଡିଓ ଦେଖିବା ପରେ, ସଙ୍ଗେ ସଙ୍ଗେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ସୋସିଆଲ ମିଡିଆରେ କରୀନାଙ୍କର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ତାଙ୍କର ଏହି ଭିଡିଓ ଦେଖିବା ପରେ ୟୁଜର୍ସ ତାଙ୍କର ଆଟିଚ୍ୟୁଟ ବିଷୟରେ କହିବାରେ ଲାଗିଛନ୍ତି । ତାଙ୍କ କହିବା ଅନୁଯାୟୀ କେଉଁ କଥାକୁ କରୀନା ଏବେ ଗର୍ବ ଦେଖାଉଛନ୍ତି ,ଗାର୍ଡ ତ ତାଙ୍କୁ ସାଲ୍ୟୁଟ କଲେ, କିନ୍ତୁ କରୀନା ତାଙ୍କୁ ଇଗନୋର୍ କରି , ଯାଇ ଗାଡିରେ ବସିଲେ । ଏହାକୁ ନେଇ ଏବେ ଟ୍ରୋଲର ଶିକାର ହୋଇଛନ୍ତି କରୀନା । ଜଣେ ୟୁଜର ଲେଖିଛନ୍ତି ଯେ, ‘ୟାଙ୍କୁ କେଉଁ କଥାକୁ ନେଇ ଏତେ ଗର୍ବ,ହାଓ୍ବାକୁ ଦେଖି ଚାଲୁଛନ୍ତି’ । ଅନ୍ୟଜଣେ ଲେଖିଛନ୍ତି, ‘ୟାଙ୍କର ଆଟିଚ୍ୟୁଟକୁ ତ ଦେଖ, ୟାଙ୍କ ପାଖରେ ଦେଖିବାକୁ ବି ସମୟ ନାହିଁ ‘ । ଏମିତି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।