Thursday, November 12, 2026
Home ଆଞ୍ଚଳିକ ବାର୍‌ହା ଆକ୍ରମଣର ଶିକାର ହେଲେ ପପ୍‌ ଷ୍ଟାର ଶାକିରା

ବାର୍‌ହା ଆକ୍ରମଣର ଶିକାର ହେଲେ ପପ୍‌ ଷ୍ଟାର ଶାକିରା

20

ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ବାର୍‌ହା ଆକ୍ରମଣର ଶିକାର ହେଲେ ଶାକିରା। ପ୍ରଶିଦ୍ଧ ପପ୍‌ ଷ୍ଟାର ଶାକିରା ଇସାବେଲ୍‌ ମେବାରକ୍‌ ରିପୋଲ୍‌ ଦୁଇଟି ହିଂସ୍ର ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି।  ସୂଚନାମୁତାବକ, କଲୋମ୍ବିଆନ୍‌-ଲେବାନିଜ୍‌ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ ସହ ବାର୍ସେଲୋନା ପାର୍କରେ ଚାଲି ଚାଲି ଯାଉଥିବାବେଳେ  ଠିକ୍‌ ସେତିକିବେଳେ  ଦୁଇଟି ହିଂସ୍ର ବାର୍‌ହାଙ୍କ ଟାର୍ଗେଟକୁ ଆସିଥିଲେ।

ବାର୍‌ହା ତାଙ୍କ ହ୍ୟାଣ୍ଡବେଗ୍‌ ଛଡ଼ାଇନେଇଥିଲେ। ବ୍ୟାଗ୍‌ ନଷ୍ଟ କରିବା ସହ ସେଥିରେ ଥିବା ମୋବାଇଲ ଫୋନ୍‌କୁ ମଧ୍ୟ ନଷ୍ଟ କରିଦେଇଥିଲେ ଦୁଇ ବାର୍‌ହା । ଦୁଇ ସନ୍ତାନଙ୍କ ମା’ ୪୪ ବର୍ଷୀୟା ଶାକିରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଆକ୍ରମଣ ବେଳର ଭୟଙ୍କର ଭିଡିଓ ଫୁଟେଜ୍‌ ଶେୟାର କରିଛନ୍ତି। ତେବେ ଏହି ଆକ୍ରମଣରେ ଉଭୟ ମା’ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି।