Home ଆଞ୍ଚଳିକ ଅଦରକାରୀ କାଗଜରେ ଗାନ୍ଧୀମୂର୍ତ୍ତି ତିଆରି କଲେ ସୂର୍ଯ୍ୟକାନ୍ତ

ଅଦରକାରୀ କାଗଜରେ ଗାନ୍ଧୀମୂର୍ତ୍ତି ତିଆରି କଲେ ସୂର୍ଯ୍ୟକାନ୍ତ

8

୦୨/୧୦/୨୧ (ଜିଲ୍ଲା ଖବର) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ  2 ଦିସ୍ତା ଖବର କାଗଜରେ ଗାନ୍ଧୀ ମୂର୍ତ୍ତି ତିଆରି କରିଛନ୍ତି ଡିଜିଟାଲ ଆର୍ଟିଷ୍ଟ ସୂର୍ଯ୍ୟକାନ୍ତ ଦାସ । ଏହାକୁ ଗଢିବାକୁ ତାଙ୍କୁ 7 ଘଣ୍ଟା ସମୟ ଲାଗିଥିଲା ।

ରଙ୍ଗିଲା କଲର, ମଇଦା, ଜରି ଅଠା ଇତ୍ୟାଦିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି । ଏହିର ଉଚ୍ଚତା ପ୍ରାୟ 27 ଇଞ୍ଚ ଏବଂ ଓସାର 17 ଇଞ୍ଚ । ଏନେଇ ସୂର୍ଯ୍ୟକାନ୍ତ କହିଛନ୍ତି, ଏହି ମୂର୍ତ୍ତି ଜରିଆରେ ମୁଁ ସମସ୍ତ ଭାରତବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ଗାନ୍ଧୀଜିଙ୍କ ଭଳି ଆମେ ବି ବିଦେଶୀ ଦ୍ରବ୍ୟ ଏବଂ ବିଦେଶୀ ଆଚାର ଏବଂ ପୋଷାକ ପ୍ରତି ଆକୃଷ୍ଟ ନ ହୋଇ ସ୍ୱଦେଶୀ ଦ୍ରବ୍ୟ ଏବଂ ଭାରତୀୟ ପୋଷାକ ଏବଂ ଭାରତୀୟ ଆଚାର ଅନୁଷ୍ଠାନରେ ନିଜକୁ ଅନୁପ୍ରାଣିତ କରିବା । ଗାନ୍ଧୀଜିଙ୍କ ପରି ନିଜ ଦେଶ ଏବଂ ନିଜ ପରିବେଶକୁ ପରିଷ୍କାର ପରିଚ୍ଛନ ରଖିବା ।