
୦୨/୧୦/୨୧ (ଜିଲ୍ଲା ଖବର) : ଆଜି ଜଲ ଜୀବନ ପ୍ରସଙ୍ଗରେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟାରେ ଭିସି ଜରିଆରେ ହେବ ବୈଠକ । ଏହି ମିଶନ ଅନ୍ତର୍ଗତ ଯୋଜନା ଗୁଡ଼ିକର ସ୍ବଚ୍ଛତା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜଲ ଜୀବନ ମିଶନ ଆରମ୍ଭ ହେବ ।
ଏହାସହ ରାଷ୍ଟ୍ରୀୟ ଜଲ ଜୀବନ କୋଷ ମଧ୍ୟ ଉଦଘାଟନ ହେବ । ଯେଉଁଥିରେ ଗ୍ରାମୀଣ ଘର, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାଧାରଣ ଅନୁଷ୍ଠାନରେ ଟ୍ୟାପ ଜଳ ସଂଯୋଗ ନେଇ ସହଯୋଗ କରି ପାରିବେ କୌଣସି ବ୍ୟକ୍ତିଗତ ଅନୁଷ୍ଠାନ ଓ ନିଗମ ।


