Wednesday, November 11, 2026
Home ଆଞ୍ଚଳିକ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନିଲ୍ ସେଟ୍ଟୀ

ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନିଲ୍ ସେଟ୍ଟୀ

15

ନୂଆଦିଲ୍ଲୀ, ୦୨/୧୦/୨୧ (ଜିଲ୍ଲା ଖବର) : ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । ଓ୍ବେବ୍ ସିରିଜ୍ ‘ଇନ୍ ଭିଜିବଲ ଓମ୍ୟାନ୍’ ମାଧ୍ୟମରେ ସେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ତାମିଲ ନିର୍ଦ୍ଦେଶକ ରାଜେଶ ଏମ,ସେଲ୍ବା । ଏନେଇ ନିକଟରେ ସୁନୀଲ ସେଟ୍ଟୀ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ ଓ୍ବେବ୍ ସିରିଜରେ ଏବେ କିଛି ଏମିତି ଷ୍ଟୋରୀ ରହିବା ଆବଶ୍ୟକ,ଦର୍ଶକୁ ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଆଉ ‘ଇନ୍ ଭିଜିବଲ ଓମ୍ୟାନ’ ମତେ ବହୁତ୍ ଭଲ ଲାଗିଛି । ଏଥିରେ କାମ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି ।

ତେବେ ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି ସିରିଜରେ ଇଶା ଗୁପ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।