ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜଏରାଟରେ ‘ପଦ ଯାତ୍ରା’ ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

6

ଅନୁଗୋଳ,୦୨/୧୦/୨୧ (ଜିଲ୍ଲା ଖବର) :  ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୋଳ କିଶୋରନଗର ବ୍ଲକ ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ । ଏହାପରେ ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । 

ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କର ଜନ୍ମ ଦିବସ ସହ ତାଙ୍କର ୨୦ ବର୍ଷ ଜନସେବାର କାର୍ଯ୍ୟକାଳ ଏକା ସମୟରେ ପଡ଼ିଥିବାରୁ ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଏବଂ ସମର୍ପଣ ଅଭିଯାନ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସେବାର ମହତ୍ୱ ତଥା ସମାଜ ଓ ରାଷ୍ଟ୍ର ପ୍ରତି ସର୍ମପଣ ଭାବ ସମ୍ପର୍କରେ ଜନଜାଗରଣ କରାଯାଉଛି ।

ଗାନ୍ଧୀ ଜୟନ୍ତୀ ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିବସ ହୋଇଥିବା ବେଳେ ଏହି ଦିବସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, କ୍ଷୁଦ୍ରଶିଳ୍ପ ଏବଂ ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବା, ଖଦୀବସ୍ତ୍ରର ବହୁଳ ଉପଯୋଗ, ସ୍ଥାନୀୟ ଭାବେ ଉତ୍ପାଦିତ ଦ୍ରବ୍ୟର ପ୍ରୋତ୍ସାହନ ଆଦି କାର୍ଯ୍ୟକ୍ରମ କରାଯାଇ ବାପୁଙ୍କର ସିଦ୍ଧାନ୍ତର ପ୍ରଚାର ପ୍ରସାର କରାଯିବ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାର ବାମୁର ସହ ମହାତ୍ମା ଗନ୍ଧୀଙ୍କର ନିବିଡ଼ ସମ୍ପର୍କ ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜଏରାଟ୍ ଗ୍ରାମରେ ‘ଜଏରାଟ୍ ତନ୍ତବାୟ ସମିତି’ ହସ୍ତଶିଳ୍ପୀର ବୁଣାକାରଙ୍କୁ ଭେଟି ସେମାନଙ୍କ ସହ କଥା ହେବା ସହ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ କରିଛନ୍ତି କିଣିଛନ୍ତି କେନ୍ଦ୍ରମନ୍ତ୍ରୀ । ଗାନ୍ଧୀ ଜୟନ୍ତୀରେ ଗାନ୍ଧିଜୀଙ୍କ ବାର୍ତ୍ତା ତଥା ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଜୀଙ୍କ ଭୋକାଲ୍ ଫର୍ ଲୋକାଲର ପ୍ରଚାରପ୍ରସାର ପାଇଁ ଜନସାଧାରଣ ମାନଙ୍କୁ ଆହ୍ୱାନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ବୁଣାକାର, ହସ୍ତଶିଳ୍ପୀ, କାରିଗର ଭାଇ ଭଉଣୀଙ୍କ ଦ୍ୱାରା ତିଆରି କଳାତ୍ମକ ଜିନିଷ କିଣିବା ପାଇଁ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି ।