Monday, November 16, 2026
Home ଆଞ୍ଚଳିକ ଦିବଂଗତ ବିଜେଡି ନେତା ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ଦ୍ଵଦାଶ ଶ୍ରାଦ୍ଧ ଦିବସ

ଦିବଂଗତ ବିଜେଡି ନେତା ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ଦ୍ଵଦାଶ ଶ୍ରାଦ୍ଧ ଦିବସ

19

ଗଞ୍ଜାମ,୦୨/୯/୨୧(ଜିଲ୍ଲା ଖବର):
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବହଡାଗୁଡା ପଞ୍ଚାୟତ ର ଅତି ଜଣାଶୁଣା ବିଜେଡି ନେତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ଗତ ୨୦/୯/୨୧ ଦିନ ପ୍ରାତ ସକାଳ ସମୟରେ ହୃଦ୍ଘାତରେ ମୃତ୍ୟୁ ବରଣ କରିଥିଲେ।ତାଙ୍କରି ମୃତ୍ୟୁ ଖବର ପ୍ରକାଶ ପରେ ଗ୍ରାମ ଶୋକର ଛାୟା ଖେଳିଯାଇଛି ।ଆଜି ତାଙ୍କର ଦ୍ୱାଦଶ ଦିବସ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଅଛି ।ନିଜ ରାଜନୀତି କ୍ୟାରିଅର ରେ ସେ ବହୁ ବାଧାବିଘ୍ନ ଦେଇ ଆଘକୁ ଆସିଛନ୍ତି ,ଯେଉଁ ସମୟରେ ସାରା ଓଡ଼ିଶାରେ କଂଗ୍ରେସର କ୍ଷମତା ରେ ରହିଆସୁଥିଲା ସେହି ସମୟରେ ସ୍ୱର୍ଗତ ବିଜୁ ବାବୁ ଜନତା ଦଳ ରୁ ଆସ୍କା ସାଂସଦ ଭାବରେ ନିର୍ବାଚନ ଜିତିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କରି ମୃତ୍ୟୁ ହୋଇଥିଲା।ସେଠାରେ କିଏ ପାର୍ଥି ହେବ ସେ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ତାଙ୍କରି ସୁ ପୁତ୍ର ତଥା ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳ ସେଠରେ ପାର୍ଥି ପାଇଁ ଚୟନ କରାଯାଇଥିଲା ହେଲେ ଗୋଟିଏ ପଟେ ରାଜ୍ୟରେ କଂଗ୍ରେସର ହାୱ ବହୁଥିବା ବେଳେ ଶାଶନ କ୍ଷମତା ଥିବା କଂଗ୍ରେସ ଦଳ ବିରୋଧ ରେ କିଏ ଦବ ନୋମିନ ସେ ନେଇ ବହୁ ଆଲୋଚନା ହୋଇଥିଲା ସେହି ସମୟରେ ଜନତା ଦଳ ର ଜଣେ ଦୃଢ ସମର୍ଥକ ଭାବରେ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ତାଙ୍କରି ନମିନ ରହିଥିଲେ,ସେହିଦିନଠାରୁ ସେ ବିଜେଡ଼ି ଦଳ କାମ କରିଆସୁଥିଲେ,ଦଳ ପକ୍ଷରୁ ମଧ୍ୟ ତାଙ୍କରି ଧର୍ମପତ୍ନୀ ଶ୍ରୀମତୀ ସୁକାନ୍ତି ପ୍ରଧାନ ଏହି ବ୍ଲକ ରୁ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇ ଅଞ୍ଚଳ ବହୁ ବିକାଶ ମୁଖୀ କାର୍ଯ୍ୟ କରିଥିଲେ, ଯେଉଁଥି ପାଇଁ ଆଜି ସାରା ଅଞ୍ଚଳ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତିକୁ ଝୁରୁଛି ।ଆଜି ତାଙ୍କରି ଦ୍ୱାଦଶ ଶ୍ରାଦ୍ଧ ଦିବସ ରେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଏହି ଶ୍ରାଦ୍ଧ ଦିବସରେ ଉପସ୍ଥିତ ରହି ତାଙ୍କରି ଅମର ଆତ୍ମା ସଦ୍ଗଦି ନିମନ୍ତେ ପ୍ରାଥନା କରିବା ସହ ତାଙ୍କ ପରିବାର କୁ ସାନ୍ତ୍ୱନା ଦେଇଥିଲେ ।