
ଖୋଦ୍ଦା,୦୧/୯/୨୧,(ଜିଲ୍ଲା ଖବର) :ଜଟଣୀ ତହସିଲ ପକ୍ଷରୁ ଯାଁଳା ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିହତା ମୌଜାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ମୌଜାର ପ୍ଲଟ ନଂ. ୪୦ରେ ଅତ୍ୟାଧୁନିକ କର୍କଟ ଚିକିତ୍ସାଳୟ ହେବ। ୪୦ ଏକର ଜମି ମଧ୍ୟରୁ ୩୦୦ ଡିସିମିଲ ଜଣେ ବ୍ୟକ୍ତିଙ୍କ ଜବରଦଖଲରେ ରହିଥିଲା।
ତହସିଲଦାର ତପନ କୁମାର ମହାପାତ୍ର, ଯାଁଳା ରାଜସ୍ୱ ବିଭାଗ ଅଧିକାରୀ ସ୍ନେହାଶିଷ ସେଠୀ, ଯାଁଳା ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ନାୟକଙ୍କ ଉପସ୍ଥିତିରେ ୩୦୦ ଡିସିମିଲ ଜମିରେ ଥିବା ଆଜ୍ବେଷ୍ଟସ ଚାଳ କୁଡ଼ିଆ ଘରକୁ ଉଚ୍ଛେଦ କରାଯାଇଥିଲା।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



