Thursday, October 15, 2026
Home ଜିଲ୍ଲା କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଉଦଯାପିତ

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଉଦଯାପିତ

5

କନ୍ଧମାଳ, ୧/୯/୨୧ (ଜିଲ୍ଲା ଖବର ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କଲେଜ ପଡିଆରେ ଠାରେ ଚାଲିଥିବା ଦୁଇ ଦିନିଆ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୨ଜିଲ୍ଲାର ସଭାପତି, ସମ୍ପାଦକ ସମେତ ବହୁ ସଦସ୍ୟ ମାନେ ମାନେ ଦାରିଙ୍ଗବାଡ଼ିର ହିଲଭିୟୁ, ନେଚର ପାର୍କ, କଫି ବଗିଚା, ପାଏନ ଜଙ୍ଗଲ, ଜଳ ପ୍ରପାତ ବୁଲି ଦେଖିବା ସହ ଜି.ଉଦୟଗୀରି ର ମୁକୁଲିଙ୍ଗିଆ ଓ ରାଇକିଆ ର ମଣ୍ଡାସୁର କୁଟି ସହ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ସଂସ୍କୃତି ଓ ପରମ୍ପରା କୁ ମଧ୍ୟ ସ୍ଥାନୀୟ ଜନସାଧାରଣ ଙ୍କ ଠାରୁ ପଚାରି ବୁଝିଥିଲେ। ସନ୍ଧ୍ୟା ସମୟରେ ସୁର ଭାଇବ୍ରେସନର ପ୍ରଯୋଜିକା ଜୟଶ୍ରୀ ଧଳ ଙ୍କ ଟିମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦ୍ଵିତିୟ ଦିନ ଅର୍ଥାତ ଉଦଯାପନି ଦିବସରେ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ମୂଖ୍ୟ ବକ୍ତା ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର, ସୁର୍ ଭାଇବ୍ରେସନ ଫାଉଣ୍ଡେସନର ଫାଉଣ୍ଡର ଜୟଶ୍ରୀ ଧଳ ପ୍ରମୁଖ ଯୋଗଦେଇଥିଲେ l ଏଥିରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର ସଭାପତିତ୍ଵ କରିଥିବା ବେଳେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ