
ଗଞ୍ଜାମ,୧/୯/୨୧(ଜିଲ୍ଲା ଖବର):ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ । “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” ସ୍ଲୋଗାନ ନେଇ ସାମୁହିକ ପରିଷ୍କାର ଓ ପରିଚ୍ଛନ୍ନତା ସହିତ କଠିନ ଏବଂ ତରଳ ବର୍ଯ୍ୟ ବସ୍ତୁର ପ୍ରଭାବଶାଳୀ ପରିଚାଳନା ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଶୂନ୍ୟ ପ୍ଲାଷ୍ଟିକ ଦିବସ କୁ ସଫଳ ରୂପାୟନ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେ ଯେ, ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସାମୁହିକ ପରିଷ୍କାର ଏବଂ ଏହାର ପରିଚାଳନା ଦିଗରେ ସମସ୍ତ ନାଗରିକ ମାନଙ୍କର ଭୂମିକା ରହିଛି । ସଚେତନ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଗଣ କ୍ଷେତ୍ର ପରିଦର୍ଶନ କରି ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସହିତ ଲୋକ ପ୍ରତିନିଧି ମାନଙ୍କୁ ଏଥିରେ ସାମିଲ୍ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ସଫେଇ କାର୍ଯ୍ୟକଳାପକୁ ନିୟମିତ ଅଭ୍ୟାସରେ ପରିଣତ କରିବା ତେବେ ଯାଏଁ ସମ୍ପୁର୍ଣ୍ଣ ରୂପେ ପରିମଳ ବ୍ୟବସ୍ଥାର ସୁପରିଚାଳନା ହୋଇପାରିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ନିଜ ନିଜ ବ୍ଲକ ଏବଂ ଗ୍ରାମ ପଂଚାୟତରେ ଜନ ଅଭିଯାନ ଆୟୋଜନ କରିବେ । ସେମାନେ ଜଳଉତ୍ସ ଗୁଡିକ ଚିହ୍ନଟ କରି ସେଗୁଡିକର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସମସ୍ତ ପୋଖରି ନିଶ୍ଚିତ ଭାବେ ପ୍ଲାଷ୍ଟିକ ମୁକ୍ତ, ତୃଣମୁକ୍ତ ଏବଂ ଶ୍ରବ ମୁକ୍ତ ରହିବ, ସେ ଦିଗରେ ଦୃଷ୍ଟି ଦେବେ । ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଂଚାୟତ ସ୍ତରର ଅଂଶ ଗ୍ରହଣ କାରୀଗଣ ଏହାର ଏକ ଅଂଶ ଭାବେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇ ଏକ ଉତ୍ତମ ମିଶନ୍ ଅଭିଯାନରେ ଯୋଗ ଦେଇ ନିଜର ଶ୍ରମଦାନ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମସ୍ତ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁକୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି) କୁ ପରିବହନ କରାଯିବ । ଗ୍ରାମ ପଂଚାୟତ ଦ୍ୱାରା ସଂଗୃହୀତ ଅଣ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁ (ପ୍ଲାଷ୍ଟିକ, ପଲିଥିନ୍ ଇତ୍ୟାଦି) କୁ ପରିବହନ କରି ଗୋଟିଏ ସ୍ଥାନରେ ଜମା କରାଯିବ । ସହରାଂଚଳରୁ ସଂଗୃହୀତ ପ୍ଲାଷ୍ଟିକ ଗୁଡିକୁ ପୂର୍ବରୁ ଚିହ୍ନିତ ହୋଇଥିବା ସିମେଣ୍ଟ କାରାଖାନାରେ ବିକ୍ରି ହେବ । ଓଡିଆ ଭାଷାରେ ବାର୍ତ୍ତା ବ୍ଲକ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଅଭିଯାନ ସମୟରେ ସ୍ୱେଚ୍ଛାସେବୀ ମାନଙ୍କୁ ମାସ୍କ, ଗ୍ଲୋବସ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଆମ୍ବୃତ କୁଳାଙ୍ଗେ,ହିଞ୍ଜିଳିକାଟୁ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ବି. ଡି. ଓ, ସି. ଡି.ପି.ଓ,ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ମୁନିସିପାଲିଟି ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲୀପ ମିଶ୍ର, ମୋହନ ଆଚରୀ ଓ ସମସ୍ତ କର୍ମଚାରୀ,ନଗର ସଭାପତି ଭୀମସେନ ବେହେରା,ଶିବ ଗଉଡ,ନୀଳମଣି ପଟ୍ଟନାୟକ, ପ୍ୟାରୀ ମୋହନ ପାଢ଼ୀ,ବିରଞ୍ଚି ନାରାୟଣ ପଣ୍ଡା ସମେତ ବହୁ ଜନ ସାଧାରଣ ଉପସ୍ଥିତି ରହିଥିଲେ।
ରିପୋର୍ଟ : ତାପସ କୁମାର





