
କେନ୍ଦୁଝର, ୦୧/୧୦/୨୧ (ଜିଲ୍ଲା ଖବର) : ୯ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରାକ୍ଟର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ନନ୍ଦିପଦା ଥାନା ଶାସଙ୍ଗ ଛକରେ ଘଟିଛି । ଶାସଙ୍ଗ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀର ଛାତ୍ରୀ ସସ୍ମିତା ଜେନା ନିଜ ଛେନାପଦି ଘରୁ ବିଦ୍ୟାଳୟକୁ ନିଜ ସାଇକେଲ ଯୋଗେ ଆସୁଥିଲେ ।
ତେବେ ବାଟରେ ଶାସଙ୍ଗ ଛକ ନିକଟରେ ଏକ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ସସ୍ମିତାଙ୍କ ଗୋଡ଼ରେ ଗଭୀର ଆଘାତ ହୋଇଛି । ଟ୍ରାକ୍ଟର ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ହୋଇଛି । ଅନଭିଜ୍ଞ ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଆନନ୍ଦପୁର ଉପଖଣ୍ଡରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।



