Saturday, November 14, 2026
Home ଆଞ୍ଚଳିକ ୨୪ ଘଣ୍ଟାରେ ୪୭୭ ନୂଆ ପଜିଟିଭ, ୪ ଜୀବନ ଗଲା

୨୪ ଘଣ୍ଟାରେ ୪୭୭ ନୂଆ ପଜିଟିଭ, ୪ ଜୀବନ ଗଲା

17

ଭୁବନେଶ୍ଵର, ୦୧/୧୦/୨୧ (ଜିଲ୍ଲା ଖବର) : ରାଜ୍ୟରେ ୨୪ ଘଣ୍ଟାରେ ୪୭୭ ନୂଆ ପଜିଟିଭ। ଖୋର୍ଦ୍ଧାରୁ ସର୍ବାଧିକ ୨୦୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭ ମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ ସଂକ୍ରମିତ ମଧ୍ୟ ରହିଛନ୍ତି ।

ସେପଟେ ପୁଣି ୪ ଜଣଙ୍କ ଜୀବନ ନେଇଛି ଭାଇରସ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୦୨ରେ ପହଁଚିଛି । କ୍ବାରେଣ୍ଟାଇନରୁ ଆଜି ୨୭୮ ଜଣ ପଜିଟିଭ ହୋଇଥିବା ବେଳେ ଲୋକାଲ କେସ ୧୯୯ ରହିଛି ।