Thursday, November 12, 2026
Home ଆଞ୍ଚଳିକ ୟୁଏଇର ଗୋଲ୍ଡେନ୍ ଭିସା ପାଇଲେ ଉର୍ବଶୀ ରୌତେଲା

ୟୁଏଇର ଗୋଲ୍ଡେନ୍ ଭିସା ପାଇଲେ ଉର୍ବଶୀ ରୌତେଲା

7

ନୂଆଦିଲ୍ଲୀ, ୦୧/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ବୋଲ୍ଡନେସ ଏବଂ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଫଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ ଉର୍ବଶୀ । ନିକଟରେ ସେ ତାଙ୍କର ସୋସିଆଲ ମିଡିଆ ଆକାଉଂଟରେ ଏକ ଖୁସି ଖବର ସେୟାର କରିଛନ୍ତି ।  ଖୁସି ଖବର ହେଉଛି , ତାଙ୍କୁ ୟୁଏଇ  ଦ୍ବାରା ଗୋଲ୍ଡେନ ଭିସା ଦିଆଯାଇଛି ।  ଉର୍ବଶୀ ବର୍ତ୍ତମାନ ଗୋଲ୍ଡେନ୍ ଭିସା ପାଇ ଆଗାମୀ ୧୦ ବର୍ଷ ପାଇଁ ୟୁଏଇରେ ରହିପାରିବେ । ଏହା ପୂର୍ବରୁ ବ୍ୟବସାୟୀ, ନିବେଶକ ଏବଂ ଡାକ୍ତରମାନଙ୍କୁ ଗୋଲ୍ଡେନ୍ ଭିସା ଦିଆଯାଉଥିଲା। କିନ୍ତୁ ସାମ୍ପ୍ରତିକ ସମୟରେ ବଲିଉଡ କଳାକାରଙ୍କୁ ମଧ୍ୟ ଏହି ଭିସା ଦିଆଯାଉଛି।

ତେବେ ଗୋଲ୍ଡେନ ଭିସା ସହିତ ତାଙ୍କର ଫଟୋ ସେୟାର କରି ଉର୍ବଶୀ ଲେଖିଛନ୍ତି ଯେ, ‘ ମୁଁ ପ୍ରଥମ ଭାରତୀୟ ମହିଳା ,ଯାହାକୁ ୧୦ ବର୍ଷ ଯାଏଁ ମାତ୍ର ୧୨ ଘଂଟା ମଧ୍ୟରେ ଏହି ଗୋଲ୍ଡେନ ଭିସା ମିଳିଛି ।  ମୁଁ ବହୁତ୍ ଗର୍ବିତ ଏବଂ କୃତଜ୍ଞ ଅନୁଭବ କରୁଛି ଯେ, ମତେ ଏବଂ ମୋ ପରିବାରକୁ ଗୋଲ୍ଡେନ ଭିସାର ଏକ ଅଂଶ କରାଯାଇଛି । ୟୁଏଇ ସରକାର, ଏହାର ଶାସକ ଓ ଲୋକମାନଙ୍କୁ ମୋର ଶୁଭକାମନା । ଉର୍ବଶୀଙ୍କ ପୂର୍ବରୁ ଏହି ଭିସା ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଦିଆଯାଇଛି।

ଗୋଲ୍ଡେନ ଭିସା ପାଇବା ପରେ, ଦୀର୍ଘ ସମୟ ଯାଏଁ ୟୁଏଇରେ ରହିବାର ଅନୁମତି ଦିଆଯାଏ । ଜଣେ ବ୍ୟକ୍ତି ୧୦ ବର୍ଷ ଯାଏଁ ରହିପାରିବେ । ଏହି ଭିସା ନିବେଶକ, ଉଦ୍ୟୋଗୀ, ଅନୁସନ୍ଧାନକାରୀ, ଡାକ୍ତରୀ ବୃତ୍ତିଗତ, ବୈଜ୍ଞାନିକ ଏବଂ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ଥିଲା। କିନ୍ତୁ ସାମ୍ପ୍ରତିକ ସମୟରେ ବଲିଉଡ କଳାକାରଙ୍କୁ ମଧ୍ୟ ଏହି ଭିସା ଦିଆଯାଉଛି ।