ଅପରେସନ କରି ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଗଲା ନାଗ ସାପ

4

କଟକ, ୦୧/୧୦/୨୧ (ଜିଲ୍ଲା ଖବର) : ନାଗ ସାପକୁ ଅପରେସନ କରାଯାଇ ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଯାଇଛି। ଏଭଳି ଘଟଣା କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ଦେଖିବାକୁ ମିଳିଛି।

 ଆଠଗଡ କଚେରୀ ରୋଡରେ ଏକ ନାଗସାପ ରାସ୍ତାପାର ହୋଇ ଯାଉଥିବା ସମୟରେ କିଛି ଲୋକେ ସାପଟିକୁ ଢେଲା ପଥର ମାରି ଆକ୍ରମଣ କରିଥିଲେ , ଖବର ପାଇ ସ୍ନେକ ହେଲପ ସଦସ୍ୟ ପହଞ୍ଚିଲା ବେଳକୁ ଲୋକଙ୍କ ଆକ୍ରମଣରେ ସାପଟି ଗୁରୁତର ଆହତ ହୋଇସାରିଥିଲା ।

ସାପଟିକୁ ଉଦ୍ଧାରକରି ଆଠଗଡ ପ୍ରାଣୀ ଚିକିତ୍ସାଳୟରେ ସାପର ପେଟରେ ଷ୍ଟିଜ୍ ପକାଯାଇ ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡି ଦିଆଯାଇଥିବା ସ୍ନେକହେଲପ ଲାଇନ ସହ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତ ।