Home ଜାତୀୟ ଭାରତ-ବ୍ରାଜିଲ ରଣନୈତିକ ଭାଗିଦାରିତାକୁ ଦୃଢ କରିବା ନେଇ ବ୍ରାଜିଲ ଗସ୍ତ ମୋତେ ଏକ ସୁଯୋଗ ପ୍ରଦାନ...

ଭାରତ-ବ୍ରାଜିଲ ରଣନୈତିକ ଭାଗିଦାରିତାକୁ ଦୃଢ କରିବା ନେଇ ବ୍ରାଜିଲ ଗସ୍ତ ମୋତେ ଏକ ସୁଯୋଗ ପ୍ରଦାନ କରିବ; ପ୍ରଧାନମନ୍ତ୍ରୀ

23
New Delhi: Prime Minister Narendra Modi emplanes for Brazil to participate in the 11th BRICS Summit, from New Delhi (Photo: IANS/MEA)

ନୂଆଦିଲ୍ଲୀ ; ବ୍ରାଜିଲଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୩ ଓ ୧୪ ରେ ଅଂଶଗ୍ରହଣ କରିବେ । ସମ୍ମିଳନୀର ବିଷୟ ରହିଛି ‘ଏକ ଅଭିନବ ଭବିଷ୍ୟତ ପାଇଁ ଅର୍ଥନୈତିକ ପ୍ରଗତି’ ।

“ବ୍ୟାପକ କ୍ଷେତ୍ରକୁ ନେଇ ବଡ ଧରଣର ସହଯୋଗ ପାଇଁ ବ୍ରିକ୍ସ ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଆଗ୍ରହୀ । ଏହି ସମ୍ମିଳନୀ ସମୟରେ ମୁଁ ବ୍ରିକ୍ସ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ବ୍ରିକ୍ସ ବ୍ୟବସାୟିକ ପରିଷଦ ଏବଂ ନୂତନ ବିକାଶ ବ୍ୟାଙ୍କ ସହ ଭାବ ବିନିମୟ କରିବି। ଅର୍ଥନୈତିକ ସମ୍ପର୍କ ବୃଦ୍ଧି ବ୍ରିକ୍ସ ରାଷ୍ଟ୍ର ମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିଛି । ବ୍ରାଜିଲ ଗସ୍ତ ଫଳରେ ଭାରତ-ବ୍ରାଜିଲ ଅର୍ଥନୈତିକ ଭାଗିଦାରିତା ବୃଦ୍ଧି କରିବା ନେଇ ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପାଇଁ ମୋତେ ଏକ ସୁଯୋଗ ମିଳିବ । ବାଣିଜ୍ୟ, ପ୍ରତିରକ୍ଷା, କୃଷି ଏବଂ ଶକ୍ତି କ୍ଷେତ୍ରରେ ଅଧିକ ସାମର୍ଥ୍ୟ ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସ୍ରୋତ-ପିଆବି