
ନୂଆଦିଲ୍ଲୀ,୦୧/୧୦/୨୧ (ଜିଲ୍ଲା ଖବର) : ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅରବିନ୍ଦ ଅକେଲା କଲ୍ଲୁ ଏବେ ତାଙ୍କର ଆଗାମୀ ଫିଲ୍ମ’ରେସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁ ଫଟୋରେ ତାଙ୍କ ଚେହେରାରେ ଗରୀର ଆଘାତ ଲାଗିଥିବା ନଜର ଆସୁଛି । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ଫିଲ୍ମର ସୁଟିଂ ସମୟରେ ତାଙ୍କର ଆଘାତ ଲାଗିଛି ।
ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଯେ, ‘ ଫିଲ୍ମ ରେସ୍ ର ସୁଟିଂ ସମୟରେ ୧୭ ସେପ୍ଟେମ୍ବରରେ ମୋର ଆକ୍ସିଡେଣ୍ଟ ହୋଇଥିଲା । କିନ୍ତୁ ଯେତେବେଳେ ଆପଣମାନଙ୍କ ଆର୍ଶିବାଦ ମୋ ସହିତ ଅଛି, ତ ମୋର କ’ଣ ହୋଇପାରେ ‘ । ମୁଁ ପୂର୍ବରୁ ଆପଣମାନଙ୍କୁ ଏହା କହିନଥିଲି, କିଛି କାରଣ ଥିଲା । କିନ୍ତୁ ଆପଣମାନଙ୍କ ଆର୍ଶିବାଦରୁ ଏକ ନୂଆ ଜୀବନ ପାଇଲି । ଏବେ ଟିକେ ସୁସ୍ଥ ଅଛି । ବାସ୍ ଆଉ କିଛି ଦିନ ଡକ୍ଟର ଆରାମ କରିବାକୁ କହିଛନ୍ତି । ପୁଣି ଆପଣମାନଙ୍କ କଲ୍ଲୁ ଆପଣମାନଙ୍କର ମନୋରଞ୍ଜନ କରିବ’ ।
ଆଗକୁ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘ ଆମର ଫିଲ୍ମ ରେସ୍ ର ପ୍ରଡ୍ୟୁସର, ଡାଇରେକ୍ଟର, ଡିଓପି ଏବଂ ପୁରା ଟେକ୍ନିସିଆନ୍ ଟିମଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ, ଯେଉଁମାନେ ମତେ ସାହାସ ଦେଇଛନ୍ତି ଏବଂ ମୋ ସହିତ ଅଛନ୍ତି ।


